ଲଘୁଚାପ କାରଣରୁ ପୁରୀରେ ପ୍ରବଳ ବର୍ଷା, ସହର ତଳି ଅଞ୍ଚଳରେ ଜଳ ବନ୍ଦୀ ସ୍ଥିତି, ପର୍ଯ୍ୟଟକ ହନ୍ତସନ୍ତ

Published By : Prameya-News7 Bureau | November 13, 2021 IST

ପୁରୀ, ୧୩/୧୧: ଲଘୁଚାପ ଜନିତ ବର୍ଷା କାରଣରୁ ପୁରୀରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ବର୍ଷା ଜଳ ଲହଡି ଭାଙ୍ଗୁଛି। ସେହିପରି ସହରର ଅନେକ ତଳି ଅଞ୍ଚଳରେ ଜଳ ବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ସହରବାସୀ, ପର୍ଯ୍ୟଟକମାନେ ଯାତାୟାତରେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଦୋକାନରେ ପାଣି ପସିଯାଇଛି। ଗାଡି ଗୁଡିକ ମଧ୍ୟ ଅଧା ବୁଡ଼ି ଯାଇଛି। ଲଘୁଚାପ ଯୋଗୁଁ ଗତକାଲି ଅପରାହ୍ନ ୪ ଟାରୁ ତୁହାକୁ ତୁହା ବର୍ଷା ଜାରି ରହିଛି। ତେଣୁ ଏପରି ସ୍ଥିତ ଉପୁଜିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.