ପ୍ରବଳ ବର୍ଷା ଯୋଗୁଁ ଟ୍ରାକରେ ଫଶିଲା ମହାଲକ୍ଷ୍ମୀ ଏକ୍ସପ୍ରେସ : ଫଶିଥିଲେ ୭ଶହ ଯାତ୍ରୀ, ଉଦ୍ଧାର ହେଲେଣି ୫ଶହ

Published By : Prameya-News7 Bureau | July 27, 2019 IST

ମୁମ୍ବାଇ ୨୭|୭: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ରେଳ ଲାଇନ ଉପରେ ପାଣି ଚାଲୁଥିବାରୁ ଟ୍ରାକରେ ଫଶି ଯାଇଛି ମୁମ୍ବାଇ-କୋହ୍ଲାପୁର ମହାଲକ୍ଷ୍ମୀ ଏକ୍ସପ୍ରେସ । ଏଥିରେ ୭ଶହ ଯାତ୍ରୀ ଫଶି ରହିଥିଲେ । ସେମାନଙ୍କୁ ଉଦ୍ଧାର କରିବା ଲାଗି ଏନଡିଆରଏଫ୍ ଟିମ୍ ଓ ନୌସେନା ମୁତୟନ କରାଯାଇଛି । ୫ଶହ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏବେବି ଯାତ୍ରୀ ଟ୍ରେନ୍ ଭିତରେ ଯାତ୍ରୀ ଫଶି ରହିଛନ୍ତି । ଯାତ୍ରୀଙ୍କୁ ଟ୍ରେନ୍ ଭିତରେ ରହିବା ଲାଗି ପରାମର୍ଶ ଦିଆଯାଇଛି ।

{"id":137861,"width":578,"height":385}

ଲଗାଣ ବର୍ଷା ଯୋଗୁଁ ମୁମ୍ବାଇର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଭର୍ତ୍ତି ହୋଇଯାଇଛି । ଫଳରେ ଶହ ଶହ ଲୋକ ପାଣି ଘେରରେ ଅଛନ୍ତି । ରାସ୍ତାରେ ପାଣି ଚାଲୁଥିବାରୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ଏପଟେ ଆସନ୍ତା ୨ଦିନ ଧରି ମୁମ୍ବାଇ, ଠାଣେ ଏବଂ ପୁଣେରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । ତେଣୁ ସ୍ଥିତି ଆହୁରି ଗମ୍ଭୀର ହୋଇପାରେ । ଗତ ୨୪ଘଣ୍ଟାରେ ମୁମ୍ବାଇରେ ୧୮ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଜି ମଧ୍ୟ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଘରୁ ବାହାରକୁ ନବାହାରିବା ଲାଗି ପରାମର୍ଶ ଦିଆଯାଇଛି । ଖରାପ ପାଣିପାଗ ଯୋଗୁଁ ୨୪ଟି ବିମାନ ଉଡାଣ ପ୍ରଭାବିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.