କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ୪ ମୃତ, ୧୨ ନିଖୋଜ

Published By : Prameya-News7 Bureau | October 16, 2021 IST

ତିରୁଅନନ୍ତପୁରମ ୧୬।୧୦: କେରଳରେ ଜାରି ଭୀଷଣ ବର୍ଷା କାରଣରୁ ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୋଟ୍ଟାୟମ, ପଥନମଥିଟ୍ଟା, ଏର୍ଣ୍ଣାକୁଲମ, ଇଡୁକ୍କି ଏବଂ ତ୍ରିଶୂରରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହା  ବ୍ୟତୀତ ସାତ ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଭୁସ୍ଖଳନ ଏବଂ ବର୍ଷା କାରଣରୁ ଚାରି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ନିଖୋଜ ଅଛନ୍ତି।

ପ୍ରବଳ ବର୍ଷା କାରଣରୁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉତ୍ପନ ହୋଇଛି। କିଛି ଜାଗାରେ ଭୂସ୍ଖଳନ ଯୋଗୁଁ ବିପୁଳ କ୍ଷତି ଘଟିଛି। କୋଟ୍ଟାୟମ ଏବଂ ଇଡୁକ୍କି ଜିଲ୍ଲାରେ ଭୂସ୍କଳନ ଘଟିଛି ଏଥିରେ ୧୨ ଜଣ ନିଖୋଜ ଅଛନ୍ତି। ରାଜ୍ୟ ସରକାରଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ସେନା ଏବଂ ବାୟୁସେନାର ସହାୟତା ନେବାକୁ ପଡିଛି। ଏହା ମଧ୍ୟରେ ସାମାଜିକ ଗଣମାଧ୍ୟମରେ କିଛି ଭିଡିଓ ଭାଇରାଲ୍ ହୋଇଛି। ଭିଡିଓରେ ବର୍ଷା ଜଳରେ ବସ୍‌ଟି ବୁଡି ଯାଇଥିବା ଦେଖିବାକୁ ମିଳିଛି। ବହୁତ ମୁସ୍କିଲରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।

wp:html /wp:html

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅନୁଯାୟୀ, କୋଟ୍ଟାୟମ ଏବଂ ଇଡୁକ୍କି ଜିଲ୍ଲାରେ ସୀମାନ୍ତ ପାହାଡିଆ ଅଞ୍ଚଳ ପାଇଁ ବାୟୁସେନାର ସାହାଯ୍ୟ ନେବାକୁ ପଡିଛି। ଏଠାରେ ଭୁସ୍ଖଳନ କାରଣରୁ କିଛି ପରିବାର ଫସି ଯାଇଥିଲେ। ଏହି ଘଟଣାରେ ଅତିକମରେ ୧୨ ଜଣ ଲୋକ ନିଖୋଜ ଥିବା ଆଶଙ୍କା କରାଯାଇଛି। ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ରାତିସାରା ବର୍ଷା କାରଣରୁ ଅନେକ ଡ୍ୟାମର ଜଳସ୍ତର ବିପଦ ସଙ୍କେତ ଟପିଛି। ଅନେକ ଗେଟ୍ ଖୋଲି ଦିଆଯାଇଛି।

କେରଳରେ ବର୍ଷା ବିତ୍ପାତକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ଏବଂ ଭାରତୀୟ ସେନା ନିଜ ଯବାନଙ୍କୁ ମୁତୟନ କରିଛି। ଏମଆଇ-୧୭ ଏବଂ ସାରଙ୍ଗ ହେଲିକପ୍ଟରକୁ ସଜାଗ ରଖାଯାଇଛି। କେରଳର ବର୍ତ୍ତମାନ ସ୍ଥିତିକକୁ ଦୃଷ୍ଟିରେ ରଖି ଦକ୍ଷିଣ ବାୟୁସେନା କମାଣ୍ଡର ସମସ୍ତ ଆଡ୍ଡାକୁ ହାଇ  ଆଲର୍ଟରେ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.