ବନ୍ୟା ବିଭୀଷିକା: ନା ଥିଲା ଘୋଡା ଗାଡି, ନା ଥିଲା କାର, କଡେଇରେ ବସି ବଢିପାଣି ପାର୍ ହୋଇ ବିବାହ କଲେ ଦମ୍ପତ୍ତି

Published By : Prameya-News7 Bureau | October 19, 2021 IST

କେରଳ ୧୯/୧୦: ଗତ ୩ ଦିନ ଧରି ପ୍ରବଳ ବର୍ଷା ଫଳରେ କେରଳରେ ଗମ୍ଭୀର ହୋଇଯାଇଛି ପରିସ୍ଥିତି । ବନ୍ୟା ହେତୁ ଦୟନୀୟ ହୋଇପଡିଛି ସ୍ଥିତି । ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରି ସ୍ଥିତିରେ ଜଣେ ବର ଓ କନ୍ୟା ସତ ବାଧାବିଘ୍ନକୁ ପାର୍ କରି ବିବାହ ମଣ୍ଡପରେ ପହଞ୍ଚି ବିବାହ କରିଛନ୍ତି । ଯାହାର ଭିଡିଓ ଦେଖିବା ପରେ ଲୋକେ ପ୍ରଶଂସା କରୁଛନ୍ତି ।

ରାସ୍ତା ଘାଟ ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି ଦେଖିବାକୁ ମିଳିଛି । ପରିସ୍ଥିତି ଏପରି ହୋଇଛି ଲୋକେ ଘରୁ ବାହିରିବା ମୁସ୍କିଲ ହୋଇରଡିଛି । ଗତକାଲି ଅର୍ଥାତ ସୋମବାର ଉଭୟ ବର ଓ କନ୍ୟା ଏକ ବିଶାଳ ଆଲୁମିନିୟମ୍‌ ରୋଷେଇ କଡ଼େଇରେ ବସି ବନ୍ୟା ପ୍ଲାବିତ ରାସ୍ତା ପାର୍‌ ହୋଇ ବିବାହ ମଣ୍ଡପରେ ପହଞ୍ଚିଛନ୍ତି । ନିକଟସ୍ଥ ଏକ ମନ୍ଦିରକୁ ଲାଗି ଥିବା ଥାଲାବାଡି ସ୍ଥିତ ମଣ୍ଡପରେ ସେମାନଙ୍କ ବିବାହ ବ୍ୟବସ୍ଥା ହୋଇଥିଲା ।

wp:html /wp:html

ତେବେ ମଣ୍ଡପ ମଧ୍ୟ ବର୍ଷା ଜଳରେ ବୁଡ଼ି ରହିଥିଲା । ରୋଷେଇ କଡ଼େଇ ସାହାଯ୍ୟରେ ବର କନ୍ୟା ସେଠାରେ ପହଞ୍ଚିବା ପରେ ଅଳ୍ପ କେତେଜଣ ପରିଜନଙ୍କ ଉପସ୍ଥିତିରେ ପରସ୍ପରକୁ ବିବାହ କରିଛନ୍ତି । ଏହି ଦମ୍ପତିଙ୍କ ନାଁ ଆକାଶ ଓ ଐଶ୍ୱର୍ଯ୍ୟା । ଟିଭି ଚ୍ୟାନେଲ୍‌ ଗୁଡ଼ିକରେ ଉଭୟଙ୍କର କଡ଼େଇରେ ବସି ବନ୍ୟା ପ୍ଲାବିତ ରାସ୍ତାରେ ଯିବାର ଦୃଶ୍ୟ ଦେଖିବାକୁ ମିଳୁଛି । ବନ୍ୟା ଜଳ ସ୍ତର ବୃଦ୍ଧି ଜନିତ ଖବର ପ୍ରସାରଣ ପାଇଁ ରିପୋର୍ଟରମାନେ ଉକ୍ତ ଜିଲ୍ଲାରେ ଉପସ୍ଥିତ ଥିଲେ ।

ଇତିମଧ୍ୟରେ ବର କନ୍ୟାଙ୍କର ଅଜବ କାର୍ଯ୍ୟକଳାପ ବିଷୟରେ ଖବର ପାଇ ସମସ୍ତେ ସେଠାରେ ପହଞ୍ଚିଗଲେ । ସୋମବାର ଦିନ ସେମାନଙ୍କ ବିବାହ ତାରିଖ ଧାର୍ଯ୍ୟ
କରାଯାଇଥିଲା । ଏହି ବାରକୁ ଶୁଭ ବୋଲି ବିଶ୍ୱାସ କରି ସେମାନେ ବିବାହ ତାରିଖ ଘୁଞ୍ଚାଇବା ପରିବର୍ତ୍ତେ ପ୍ରବଳ ବର୍ଷା ଓ ବନ୍ୟାରେ ନିଆରା ଢଙ୍ଗରେ ବିବାହ କରିଛନ୍ତି । ବର ଓ କନ୍ୟା ଚେନଗନ୍ନୁର ସ୍ଥିତ ଏକ ହସ୍‌ପିଟାଲରେ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.