ଲଗାଣ ବର୍ଷାରେ ବେହାଲ ହାଇଦ୍ରାବାଦ, ରାସ୍ତା-ହସପିଟାଲ ଜଳମଗ୍ନ, ୧୧ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | October 14, 2020 IST

ନୂଆଦିଲ୍ଲୀ ୧୪/୧୦: ହାଇଦ୍ରାବାଦରେ ମଙ୍ଗଳବାର ଲଗାଣ ବର୍ଷା ଯୋଗୁ ରାସ୍ତା ଜଳମଗ୍ନ ହୋଇଛି। ଏହା ଦ୍ବାରା ସାଧାରଣ ଜୀବନ ପ୍ରଭାବିତ ହୋଇଛି। ବର୍ଷା ଯୋଗୁଁ ଘର ତଥା ହସପିଟାଲରେ ପାଣି ପଶିଯାଇଛି। ଏହା ସହ କ୍ଷେତରେ ପାଣି ପଶିଯିବାରୁ ଫସଲ ନଷ୍ଟ ହୋଇଛି। ଏବେ ସୁଦ୍ଧା ବର୍ଷାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ତେବେ କାନ୍ଥ ଭୁଷୁଡି ୯ ଜଣ ପ୍ରାଣ ହରାଇଛନ୍ତି। ସେଥିରେ ଜଣେ ଶିଶୁ ମଧ୍ୟ ସାମିଲ ଅଛି।

{"id":344034,"sizeSlug":"large"}

ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୁଣି ବର୍ଷା ଆଶଙ୍କା ଥିବାରୁ ହାଇଦ୍ରାବାଦ ସମେତ ପୂରା ତେଲେଙ୍ଗାନାକୁ ରେଡ ଆଲର୍ଟ ଜାରି କରାଯାଇଛି। ତେଲେଙ୍ଗାନା ମୁଖ୍ୟ ସଚିବ ସୋମେଶ କୁମାର କହିଛନ୍ତି ସୁବ ଜିଲ୍ଲାକୁ ପ୍ରଶାସନ ଆଲର୍ଟ କରିଛି। ହାଇଦ୍ରାବାଦରେ ୨୪ ଘଣ୍ଟାରେ ୨୦ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି।

{"id":344036,"sizeSlug":"large"}

ବର୍ଷା ଯୋଗୁ ସେଠାରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଲୋକେ ଏବେ ଜଳବନ୍ଦୀରେ ଅଛନ୍ତି। କିଛି ସ୍ଥାନରେ ଲୋକଙ୍କୁ ଡଙ୍ଗା ମାଧ୍ୟମରେ ବାହାରୁ ବାହାର କରାଯାଉଛି। ତେବେ ଏବେ ସୁଦ୍ଧା ଯେଉଁ ଚିତ୍ର ସାମ୍ନାକୁ ଆସିଛି ସେଥିରେ ଅନୁମାନ କରାଯାଉଛି ସ୍ଥିତି ପୂରା ଭୟାବହ ରହିଛି। ବନସ୍ଥଲିପୁରମ, ଅଟ୍ଟାପୁର, ମେନ ରୋଡ ଓ ମୁଶିରାବାଦ ବର୍ଷାରେ ଅଧିକ ପ୍ରଭାବିତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.