Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଓଡିଶା ଉପକୂଳରେ ବାତ୍ୟା ଆଶଙ୍କା, ଡିସେମ୍ବର ୩-୪ରେ ହୋଇପାରେ ପ୍ରବଳ ବର୍ଷା

28/11/2021 at 8:02 PM

ଭୁବେନଶ୍ଵର ୨୮।୧୧: ଡିସେମ୍ବର ପ୍ରଥମ ସପ୍ତାହରେ ଓଡିଶା ଉପକୂଳରେ ବାତ୍ୟା ଆଶଙ୍କା । ନଭେମ୍ବର ୩୦ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଡିସେମ୍ବର ୨ ତାରିଖ ସୁଦ୍ଧା ଘନୀଭୂତ ହୋଇ ବାତ୍ୟାରୂପ ନେଇପାରେ । ପ୍ରଭାବରେ ଓଡିଶାର ଉପକୂଳ ଏବଂ ଆଭ୍ୟନ୍ତରୀଣ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏବେ ଅମଳ ସମୟ ହୋଇଥିବାରୁ ଫସଲ ନଷ୍ଟ ହେବାର ଭୟ ବଢି ଯାଇଛି । 

ଡିସେମ୍ବର ପ୍ରଥମ ସପ୍ତାହରେ ଓଡିଶା ଉପକୂଳରେ ବାତ୍ୟା ଆଶଙ୍କା  । ଏପରି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ନଭେମ୍ବର ୩୦ ତାରିଖରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି l  ଯାହା ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି । ସମ୍ଭାବ୍ୟ ଲଘୁଚାପ ୪୮ ଘଣ୍ଟା ଭିତରେ ବଙ୍ଗୋପସାଗରର ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ l ପ୍ରଭାବରେ  ଉପକୂଳ ଓଡିଶା, ଆନ୍ଧ୍ର, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ଉପକୂଳରେ ପ୍ରବଳ ବର୍ଷା ହୋଇପାରେ ।  ଡିସେମ୍ବର ୩-୪ ବେଳକୁ ଓଡିଶାର ୬ ଜିଲ୍ଲା – ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଆଲର୍ଟ କରିଛନ୍ତି  ଏସ୍‌ଆରସି  ପ୍ରଦୀପ୍ତ ଜେନା।

ଆସନ୍ତା ୩୦ ତାରିଖ ସୁଦ୍ଧା ବାତ୍ୟା ସମ୍ପର୍କରେ ଚିତ୍ର ସ୍ପଷ୍ଟ ହେବ । ତେବେ ଲଘୁଚାପ ପ୍ରବାବରେ ବର୍ଷା ନିଶ୍ଚିତ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।  ବର୍ତ୍ତମାନ ଖରିଫ ଧାନ କଟା ଓ ଅମଳ ସମୟ ହୋଇଥିବାରୁ ବର୍ଷା ହେଲେ ବ୍ୟାପକ ଫସଲ କ୍ଷତି ହେବା ଅନୁମାନ କରାଯାଉଛି । ଆଗାମୀ ୪ ଦିନ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବ । ଶୀତ ବୃଦ୍ଧି ପାଇବ । ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ରହିଛି । 

   Related Posts