୬ରୁ ଛେଚିବ : ଆଜିଠୁ କମିବ ବର୍ଷାର ପରିମାଣ, ଆସନ୍ତା ୬ରୁ ପୁଣି ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | July 03, 2019 IST

ଭୁବନେଶ୍ବର ୩|୭:  ୱେଲମାର୍କ ଲୋ’ ପ୍ରେସର ପ୍ରଭାବରେ ରାଜ୍ୟବ୍ୟାପୀ ବର୍ଷା ଜାରି ରହିଛି । ଓଡ଼ିଶା ଉପକୂଳରେ ଥିବା ୱେଲମାର୍କ ଲୋ ପ୍ରେସର ଏବେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି । ବର୍ତ୍ତମାନ ଏହା ଝାଡଖଣ୍ଡର ଦକ୍ଷିଣ-ପୂର୍ବ ଏବଂ ଓଡିଶା, ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳରେ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି ।

ତେବେ ବର୍ଷାର ପରିମାଣ କମିଛି । ପାଣିପାଗ ବିଭାଗର ଆକଳନ କହୁଛି, ଆସନ୍ତା ୨୪ ଘଣ୍ଟା ଭିତରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା କମିବ । ତେବେ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ହେବ । ଏଥିସହ ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ବରଗଡ, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

ଅନ୍ୟପଟେ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜରେ ସବୁଠୁ ଅଧିକ ବର୍ଷା ହୋଇଛି ବୋଲି ରେକର୍ଡ ହୋଇଛି। ଆଜିଠୁ ଧିରେ ଧିରେ ବର୍ଷା କମିଯିବ । ତେବେ ଜୁଲାଇ ୬ ତାରିଖରୁ ପୁଣି ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହେବ । ଏନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ରାଜ୍ୟର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.