ଟ୍ବିନ୍ ସିଟି ପାଇଁ ଆଲର୍ଟ ଜାରି : ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷିବ, ଦିନ ୧୧ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ

Published By : Prameya-News7 Bureau | October 22, 2020 IST

ଭୁବନେଶ୍ବର ୨୨।୧୦: ଟ୍ବିନ୍‌ ସିଟି ପାଇଁ ବର୍ଷା ଆଲର୍ଟ । ଦିନ ୧୧ଟା ୩୦ ପର୍ଯ୍ୟନ୍ତ ବର୍ଷା ସତର୍କତା ଜାରି କଲା ପାଣିପାଗ ବିଭାଗ । ଘଡଘଡି ବର୍ଷା ସହ ୧ରୁ ୨ ସେଣ୍ଟିମିଟର ଏବଂ ୨ରୁ ୩ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ତଳିଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି । ଏହାସହ ରାସ୍ତା ଅଳ୍ପ ଦୃଶ୍ୟମାନ ହେବ, ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜିବା ନେଇ ଆଶଙ୍କା ରହିଛି । ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ରାସ୍ତାରେ ଯିବା ବେଳେ ଖାଲ, ଢିପ ଏବଂ ଖୋଲାଥିବା ବିଦ୍ୟୁତ ତାରକୁ ଧ୍ୟାନରେ ରଖି ଯିବାକୁ ପରାମର୍ଶ ଦିଆଯାଇଛି ।

{"id":348720,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.