ବାଦଲ ଫଟା ବର୍ଷାରେ ଥରହର ଉତ୍ତରାଖଣ୍ଡ : ୩୪ ଜଣଙ୍କ ମୃତ୍ୟୁ, ହେଲିକପ୍ଟର ଦ୍ବାରା ଉଦ୍ଧାରକାର୍ଯ୍ୟ ଜାରି

Published By : Prameya-News7 Bureau | October 19, 2021 IST

ନୈନିତାଲ ୧୯/୧୦ : ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଜଳପ୍ରଳୟର ବିଭୀଷିକା ଅସ୍ତବ୍ୟସ୍ତ କରିପକାଇଛି । ବାଦଲ ଫାଟିବା ଏବଂ ଅଚାନକ ପାଣି ମାଡିଆସିବାରୁ ଛାରଖାର ହୋଇଯାଇଛି ଅନେକ ଅଞ୍ଚଳ । ରାଜ୍ୟର ବିଭିନ୍ନ ସ୍ଥାନରେ ଜଳ ପ୍ରଳୟ ଯୋଗୁଁ ସରକାରୀ ହିସାବରେ ପ୍ରାୟ ୩୪ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ବିଭିନ୍ନ ସ୍ଥାନରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ସରକାର । ନୈନିତାଲ ଏବଂ ଅନ୍ୟ ସ୍ଥାନମାନଙ୍କରେ ଏଭଳି ଅନେକ ଭିଡିଓ ସାମ୍ନାକୁ ଆସୁଛି । ଯେଉଁଥିରେ ରାସ୍ତା ଏବଂ ପୋଲ ଉପର ଦେଇ ପାଣି ଯାଉଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ରେଳ ଧାରଣାଗୁଡିକରେ ମଧ୍ୟ ପାଣି ଚାଲୁଥିବା ଦେଖିବାକୁ ମିଳିଛି ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାଜ୍ୟରେ ହୋଇଥିବା ପ୍ରବଳ ବର୍ଷା ବିତ୍ପାତକୁ ନେଇ ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ସହିତ ସୂଚନା ଦେଇ ଧାମୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ରହିଛି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ଯେଉଁମାନଙ୍କର ଘର କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ୧.୯ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇଦେବାକୁ ଘୋଷଣା ହୋଇଛି ।

wp:html /wp:html

ଲଗାଣ ବର୍ଷା ଯୋଗୁଁ ଉତ୍ତରାଖଣ୍ଡରେ ବ୍ୟାପକ କ୍ଷୟକ୍ଷତି ରିପୋର୍ଟ ହୋଇଛି । ବିଭିନ୍ନ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଟିମର ୧୫ଟି ଟିମ ସାମିଲ ହୋଇଛନ୍ତି । ଉଧମସିଂହ ନଗରରେ ବର୍ତ୍ତମାନ ସୁଦ୍ଧା ୩୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି  । ସେହିଭଳି ରାମନଗର-ରାନୀଖେତରେ ଫସିଥିବା ପ୍ରାୟ ୨୦୦ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

16 killed as rain lashes Uttarakhand; roads, houses washed away - Hindustan  Times

ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । କେବଳ ନୈନିତାଲରେ ୪୦୧ ମିମି ବର୍ଷା ରେକର୍ଡ ହୋଇଛି । ସେହିଭଳି ପିଥୋରାଗଡରେ ୨୧୨.୧ମିମି, ମୁକ୍ତେଶ୍ବରରେ ୩୪୦.୮ ମିମି ବର୍ଷା ରେକର୍ଡ ହୋଇଛି । ନୈନିତାଲ ଜିଲ୍ଲାର ରାମଗଡ ଅଞ୍ଚଳରେ ବାଦଲ ଫାଟିବା କାରଣରୁ କିଛି ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଖବର ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଉଦ୍ଧାରକାର୍ଯ୍ୟ ବ୍ୟାପକ କରାଯିବା ସହିତ ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ।

Uttarakhand Rains Latest News, Heavy Rains in Uttarakhand: Extremely heavy  showers predicted today; PM Modi takes stock

ବର୍ଷା ଓ ଅଚାନକ ବନ୍ୟା ଯୋଗୁ ରାଜ୍ୟର ୫ ଜାତୀୟ ରାଜମାର୍ଗ, ୭ ରାଜ୍ୟ ରାଜମାର୍ଗ ସମେତ ଶହଶହ ଗ୍ରାମ୍ୟ ରାସ୍ତା ପ୍ରଭାବିତ ହୋଇଛି। ଯୋଗାଯୋଗ ସୁସଂହତ କରିବା ଲାଗି ତୁରନ୍ତ ରାସ୍ତାଗୁଡିକୁ ଖୋଲିବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ନିର୍ଦ୍ଦେଶ ଦେଇଛନ୍ତି। ବଦ୍ରିନାଥ ଜାତୀୟ ରାଜମାର୍ଗର ଜୋଶୀମଠରୁ ବଦ୍ରିନାଥ ପର୍ଯ୍ୟନ୍ତ ରାସ୍ତାର ୪ଟି ସ୍ଥାନରେ ଭୂ-ସ୍ଖଳନ ହୋଇଛି। ସେହିପରି ହନୁମାନ ଚଟିରୁ ବଦ୍ରିନାଥ ପର୍ଯ୍ୟନ୍ତ ରାସ୍ତାର ୩ଟି ସ୍ଥାନରେ ଭୂ-ସ୍ଖଳନ ହୋଇଥିବା ସୂଚନା ଆସୁଛି। ଏଣୁ ତୀର୍ତଯାତ୍ରୀଙ୍କୁ ଅଟକାଇ ରଖା ଯାଇଛି।

{"width":754,"height":464}
Watch: Dramatic Rescue As Car Stuck Between Rocks In Uttarakhand Rain

ଭୂ-ମଧ୍ୟସାଗରରୁ ଆସୁଥିବା ପବନ ଯୋଗୁ ୱେଷ୍ଟର୍ଣ୍ଣ ଡିଷ୍ଟର୍ଭାନ୍ସ ସକ୍ରିୟ ହେବା ଯୋଗୁ ରାଜ୍ୟରେ ପାଗ ବିଗିଡି ଯାଇଥିବା ବରିଷ୍ଠ ପାଣିପାଗ ବିଜ୍ଞାନୀ ବିକ୍ରମ ସିଂହ କହିଛନ୍ତି। ତେବେ ରାଜ୍ୟରେ ଏବେ ୱେଷ୍ଟର୍ଣ୍ଣ ଡିଷ୍ଟର୍ଭାନ୍ସ ଦୁର୍ବଳ ହେଉଥିବା ବେଳେ ଦକ୍ଷିଣ ବାୟୁ ଚାପ ମଧ୍ୟ କମିଛି। ଏଣୁ ଆଗାମୀ ୨୪ ଘଣ୍ଟାରେ ବର୍ଷାର ସମ୍ଭାବନା ଖୁବ୍ କମ ବୋଲି ସେ କହିଛନ୍ତି। ରାଜ୍ୟରେ  ସୋମବାର ସକାଳୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ମୋଟ ୩୬.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେବେ ଚମ୍ପାବତରେ ସର୍ବାଧିକ ୧୧୫.୬ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନାରୁ ଜଣାପଡିଛି। ସାଧାରଣତଃ ବର୍ଷର ଏହି ସମୟରେ ରାଜ୍ୟରେ ସ୍ୱଳ୍ପ ବୃଷ୍ଟି ହୋଇଥାଏ। ତେବେ ଅକ୍ଟୋବର ମାସରେ ସବୁଠୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବିକ୍ରମ ସିଂହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.