ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା
22/09/2018 at 5:13 PM

ଭୁବନେଶ୍ବର ୨୨|୯: ଟଳିଲା ବତ୍ୟା ବିପଦ । ମାତ୍ର ‘ଡାଏ’ର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିବାର ସମ୍ଭାବନା ରହିଛି । ତେବେ ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ତେବେ ଧିରେ ଧିରେ ବର୍ଷା କମିବେ । ଅନ୍ୟପଟେ ରାୟଗଡା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ବୁଢ଼ାବଳଙ୍ଗ ଓ ଜଳକା ନଦୀ ଫୁଲିବାରେ ଲାଗିଛି । ବାଲେଶ୍ବରରେ ମଧ୍ୟ ବିଭିନ୍ନ ନଦୀର ଜଳସ୍ତର ବଢୁଛି । ସତର୍କ ସଙ୍କେତ ଉପରେ ବୁଢ଼ାବଳଙ୍ଗ ଓ ଜଳକା ନଦୀ ପ୍ରବାହିତ ହେଉଛି । ବୁଢ଼ାବଳଙ୍ଗ ନଦୀର ବିପଦ ସଙ୍କେତ ୮.୧୩ମିଟର ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୮.୧୮ ମିଟର ରହିଛି। ସେହିଭଳି ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୬.୫୧ ମିଟର ରହିଛି। ଏଠାରେ । ମାଲକାନଗିରି ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ଲାଗି ରହିଛି ।