ଲଗାଣ ବର୍ଷାରେ ବେହାଲ ଭଦ୍ରକ, ଚାଷ ଜମିର ଆଣ୍ଠୁଏ ଆଣ୍ଠୁଏ ପାଣି

Published By : Prameya-News7 Bureau | August 19, 2020 IST

ଭଦ୍ରକ ୧୯।୦୮ :ଭଦ୍ରକ ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଜାରି ରହିଛି । ରାତି ସାରା ଝିପିଝିପି ବର୍ଷା ହେଉଛି । ପୈାରାଞ୍ଚଳର ବିଭିନ୍ନ ୱାର୍ଡର ରାସ୍ତାରେ ପାଣି ଜମିଯାଇଛି । ଭଦ୍ରକ ଜିଲ୍ଲାରେ ସମୁଦାୟ ୧୧୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୭ ଟି ବ୍ଲକରେ ହାରାହାରି ୧୭ ମିଲିମିଟର ବର୍ଷା ହୋଇଛି ।

{"id":316802,"sizeSlug":"large"}

ସେହିପରି  ଭଦ୍ରକ ବ୍ଲକରେ ୧୩ ମିଲିମିଟର , ଭଣ୍ଡାରିପୋଖରୀ ବ୍ଲକ ରେ ୧୦ ମିଲିମିଟର , ବାସୁଦେବପୁର ବ୍ଲକରେ ୨୪ ମିଲିମିଟର , ବନ୍ତ ବ୍ଲକରେ ୧୨ ମିଲିମିଟର, ଚାନ୍ଦବାଲି ରେ ସର୍ବାଧିକ ୫୨ ମିଲିମିଟର , ତିହିଡି ବ୍ଲକ ରେ ୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଧାମନଗର ବ୍ଲକରେ 0 ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଜିଲ୍ଲାର କେତେକ ବ୍ଲକ ଅଞ୍ଚଳରେ ଚାଷ ଜମିରେ ବର୍ଷା ପାଣି ଜମିଛି । ବୈତରଣୀ ନଦୀର ଜଳସ୍ଥର ବଢ଼ିନଥିଲେ ମଧ୍ୟ ଜିଲ୍ଲାର ସାଳନ୍ଦୀ , ଗେଙ୍ଗୁଟି , କପାଳି ଓ ରେବ ନାଳିଆରେ ବର୍ଷା ଜଳ ପ୍ରବାହିତ ହେଉଛି । କେତେକ ସ୍ଥାନରେ ଏହି ନାଳିଆ ଗୁଡିକର ପାଣି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଅସୁରାଳି , କାଶିମପୁର ଠାରେ ରେବ ନଦୀର ଗଣେଶପାଟଣା ନିକଟ ପୋଲର ଆପ୍ରଚ ରୋଡ଼ ଧୋଇଯାଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ତେବେ କିଛି ଦିନ ପୂର୍ବରୁ ହୋଇଥିବା ଲଗାଣ ବର୍ଷାରେ ଯେଉଁ ଚାଷ ଜମି ଗୁଡିକ ପାଣିରେ ବୁଡିରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.