ସ୍ଥିତି ବିଗାଡିଛି ବର୍ଷା : ଲଗାଣ ବର୍ଷାରେ ବେହାଲ ଭଦ୍ରକ, ବନ୍ୟା ସ୍ଥିତିକୁ ନେଇ ପ୍ରଶାସନ ସଜାଗ

Published By : Prameya-News7 Bureau | August 20, 2020 IST

ଭଦ୍ରକ ୨୦।୦୮:  ଭଦ୍ରକ ଜିଲ୍ଲାରେ ସ୍ଥିତି ବିଗାଡିଛି ବର୍ଷା । ଲଗାଣ ବର୍ଷା ଲାଗି ଜିଲ୍ଲାରେ ବନ୍ୟା ଭଳି ସ୍ଥିତି ଦେଖାଦେଇଛି । କେଉଁଠି ରାସ୍ତା ଉପରେ ପାଣି ଚାଲିଛି ତ କେଉଁଠି ଗୁହାଳ ଘର ଭାଙ୍ଗିଯାଇଛି । ସେପଟେ ଜିଲ୍ଲାର କେତେକ ବ୍ଲକରେ ଚାଷ ଜମି ପାଣିରେ ବୁଡିରହିଛି । ବୈତରଣୀ ନଦୀ ସହ ଜିଲ୍ଲାର ସମସ୍ତ ନାଳିଆରେ ମଧ୍ୟ ଜଳସ୍ଥର ଉପରମୁହାଁ ହୋଇଛି ।

{"id":317454,"sizeSlug":"large"}

ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ବୈତରଣୀ ନଦୀ ସହ ବିଭିନ୍ନ ନାଳିଆରେ ଜଳସ୍ତର ବୃଦ୍ଧି ପାଇଛି । ବିଭିନ୍ନ ଅଞ୍ଚଳରେ ହେଉଥିବା ବର୍ଷାର ପାଣି ସାଳନ୍ଦୀ , ରେବ , କପାଳି ଓ ଗେଙ୍ଗୁଟି ରେ ଜଳସ୍ଥର ବୃଦ୍ଧି କରିଛି । ଧାମନଗର ବ୍ଲକ ର ଧାମନଗର ଫଳପୁର ରାସ୍ତା ର ଘୋଷରା ନିକଟ ରାସ୍ତାରେ ୩ ଫୁଟର ଜଳ ପ୍ରବାହିତ ହେଉଛି । ସେହିପରି ବିଭିନ୍ନ ଅଞ୍ଚଳରେ ବର୍ଷା ପାଇଁ ଚାଷଜମି ପାଣିରେ ବୁଡି ରହିଛି । ଅସୁରାଳି ଅଞ୍ଚଳର ମହାଦେବନଗର , ଲେଞ୍ଜରା , ଶ୍ରୀନାଥ ନଗର ଆଦି ଅଞ୍ଚଳରେ ମଧ୍ୟ ଚାଷ ଜମିରେ  ପାଣି ବୁଡିରହିଛି । ସେପଟେ ବୈତରଣୀ ନଦୀର ଜଳ ସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ,  ସକାଳ ୧୧ ଟା ସୁଦ୍ଧା ୧୭.୭୦ ମିଟର ରେ ଜଳସ୍ତର ପ୍ରବାହିତ ହେଉଛି । ଉପର ମୁଣ୍ଡରେ ଝିପି ଝିପି ବର୍ଷା ଲାଗିରହିଥିବାରୁ, ବୈତରଣୀ ର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି ।

{"id":317455,"sizeSlug":"large"}

ଲଘୁଚାପ ପାଇଁ ଦୁଇ ଦିନ ହେଲା ବର୍ଷା ଲାଗି ରହିଛି । ଧାମନଗର ବ୍ଲକ ର ରାମେଶ୍ୱରପୁର ନିକଟ ଗେଙ୍ଗୁଟି ନଈରେ ଧସି ଯାଇଥିବା ପଥର ପ୍ୟାକିଂ ନିକଟ ରେ ପୁଣି  ଥରେ ଫାଟ ସୃଷ୍ଟି ହୋଇଛି । ଜିଲ୍ଲାରେ  ୫୯୭ .୩ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ୭ ବ୍ଲକ ରେ ହାରାହାରି ୮୫.୩୨ ମିଲିମିଟର ବର୍ଷା ହୋଇଛି । ଭଦ୍ରକ ବ୍ଲକରେ ୫୨ ମିଲିମିଟର , ଭଣ୍ଡାରିପୋଖରୀ ବ୍ଲକରେ ୧୭୮ ମିଲିମିଟର , ବାସୁଦେବପୁର ବ୍ଲକ ରେ ୪୧ମିଲିମିଟର , ବନ୍ତ ବ୍ଲକରେ ୮୦ ମିଲିମିଟର , ଚାନ୍ଦବାଲି ବ୍ଲକ ରେ ୮୯.୩ ମିଲିମିଟର , ଧାମନଗର ବ୍ଲକ ରେ ୮୩ ମିଲିମିଟର , ତିହିଡି ବ୍ଲକ ରେ ୭୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଲଗାଣ ବର୍ଷା ପରେ ଜିଲ୍ଲାପାଳ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି ।

{"id":317456,"sizeSlug":"large"}

ସେହିପରି ବୈତରଣୀର ଉପର ମୁଣ୍ଡ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ରେ ୭୨.୦୬ ମି ମି, ସୋମପାଟଣା ୪୮.୦୮ , ଆନନ୍ଦପୁର ୯୪.୦୨ମିମି, ଠାକୁରମୁଣ୍ଡା ୭୧.୦, କେନ୍ଦୁଝର ୫୨.୦୮ ମିମି ଓ ଭଦ୍ରକର ଆଖୁଆପଦା ଠାରେ ୧୫୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଯାହାଫଳରେ କି ବୈତରଣୀ ରେ ଜଳସ୍ତର ବଢ଼ିବାରେ ଲାଗିଛି । ବୈତରଣୀର ସ୍ଥିତି କିପରି ରହିଛି ଏହାକୁ ଅନୁଧ୍ୟାନ କରିବା ପାଇଁ ଆଖୁଆପଦାରେ ଭଦ୍ରକ ଜିଲ୍ଲାପାଳ ପହଞ୍ଚି ସ୍ଥିତି ପରଖିଛନ୍ତି ।

{"id":317457,"sizeSlug":"large"}

ଜ଼ିଲ୍ଲାପାଳଙ୍କ ସହ ଜଳ ସମ୍ପଦ ନିର୍ବାହୀ ଯନ୍ତ୍ରୀ, ଭଣ୍ଡାରିପୋଖରୀ ବିଡ଼ିଓ, ତହସିଲଦାର  ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି । ତେବେ ଯଦି ବନ୍ୟା ପରିସ୍ଥିତି ଉପୁଜେ, ସେଥିପାଇଁ ପରିସ୍ଥିତିକୁ ନଜର ରଖି  ଭଣ୍ଡାରିପୋଖରୀ ଓ ଧାମନଗର ଏହି ଦୁଇଟି ବ୍ଲକ ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ଓ ଉପଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ଆଖୁଆପଦା ଠାରେ ବୈତରଣୀ ର ସ୍ଥିତି ଦେଖିବା ପାଇଁ ଭଦ୍ରକ ଆରକ୍ଷୀ ଅଧିକ୍ଷକ ମଧ୍ୟ ପହଞ୍ଚି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.