ମୁମ୍ବାଇରେ ପ୍ରବଳ ବର୍ଷା : ରେଡ୍ ଆଲର୍ଟ ଜାରି, ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ଛୁଟି ଘୋଷଣା

Published By : Prameya-News7 Bureau | September 19, 2019 IST

ମୁମ୍ବାଇ ୧୯|୯: ମୁମ୍ବାଇରେ ପ୍ରବଳ ବର୍ଷା ସତର୍କତା । ଆଜି ଓ ଆସନ୍ତାକାଲି ସହରରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇବା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ମୁମ୍ବାଇ ସମେତ ପାର୍ଶ୍ଵବର୍ତ୍ତି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହିସବୁ ଅଞ୍ଚଳରେ ରେଡ୍  ଆଲର୍ଟ ଜାରି କରାଯାଇଛି ।

ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୨ ଦିନ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୦୪ ମିଲିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଶୁକ୍ରବାର ମଧ୍ୟ ପ୍ରବଳ ବର୍ଷା ହୋଇପାରେ ।

ସେହିପରି ରାୟଗଡ଼ ଜିଲାରେ ଗୁରୁବାର ପ୍ରବଳ ଏବଂ ଶୁକ୍ରବାର ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଏ ନେଇ ମୁମ୍ବାଇ, ଥାଣେ ଏବଂ କୋଙ୍କଡ଼ର ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ବିଭିନ୍ନ ଜିଲାର ଜିଲ୍ଲାପାଳମାନେ ସ୍ଥାନୀୟ ଅଞ୍ଚଳରେ ପରିସ୍ଥିତିକୁ ଦେଖି ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.