Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

କାଲିଠୁ କାଚିବ : ୧୦ଟି ଜିଲ୍ଲାକୁ ଆଲର୍ଟ ଜାରି, ସତର୍କ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

29/06/2019 at 5:28 PM

ଭୁବନେଶ୍ବର ୨୯|୬ : ଉତ୍ତର ପଶ୍ଚିମ ବଙ୍ଗପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁ ଚାପ । ଯାହାର ପ୍ରଭାବରେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଉପରମୁଣ୍ଡ ସମେତ ତଳମୁଣ୍ଡରେ ବର୍ଷା ହେବା ଯୋଗୁ ବନ୍ୟା ହେବାର ମଧ୍ୟ ଆଶଂକା ରହିଛି । ଏହାକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

୧୦ ଜିଲ୍ଲାକୁ ଆଲର୍ଟ । କିନ୍ତୁ  ସାରା ରାଜ୍ୟରେ ପ୍ରବଳ ବର୍ଷିବ।  ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲାରେ ପ୍ରବଳ ମାତ୍ରାରେ ବର୍ଷା ହେବ । ଉତ୍ତର ପଶ୍ଚିମ ବଙ୍ଗପସାଗରରେ ୨୪ ଘଣ୍ଟା ଭିତରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ସେହପରି ୪୮ ଘଣ୍ଟା ଭିତରେ ଏହା ଅବପାତର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟର ସବୁ ଭାଗରେ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବିଶେଷ କରି ଉପକୂଳ ସମତେ ଉତ୍ତର ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ସେହିପରି ଦକ୍ଷିଣ ତଥା ପଶ୍ଚିମ ଓଡିଶାରେ ମଧ୍ୟ ବୃଷ୍ଟିପାତ ହେବାର ସମ୍ଭବନା ରହିଛି । ମୟୁରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ଯାଜପୁର, ସମ୍ବଲପୁର, ଦେବଗଡ,  କୋରାପୁଟ, ଗଞ୍ଜାମ ଓ ମାଲକାନଗିରି ଜିଲାରେ ପ୍ରବଳ ମାତ୍ରାରେ ବର୍ଷା ହେବ । ଏହାକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ସମୁଦ୍ର ଭିତରକୁ ଯାଇଥିବା ମାଛ ଧରାଳୀମାନଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଫେରିବା ପାଇଁ ସୂଚନା ଦିଅଯାଇଛି ।

ସବୁ ନଦୀର ଜଳସ୍ତର ବଢିବ । କାରଣ ଉପରମୁଣ୍ଡ ସମେତ ତଳମୁଣ୍ଡରେ ବର୍ଷା ହେବ। ତେଣୁ ନଦୀରେ ବନ୍ୟା ହେବାର ଆଶଂକା ରହିଛି । ବିଶେଷ କରି ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣରେଖା ରେ ବନ୍ୟା ହେବାର ଆଶଙ୍କା ରହିଛି । ଜୁନ ମାସରେ ରାଜ୍ୟର ଅଧିକାଂଶ ଭାଗରେ କମ ବୃଷ୍ଟିପାତ ହୋଇଛି। ତେଣୁ ଏହି ବର୍ଷା ଚାଷ ପାଇଁ ଉପାଦେୟ ହେବ।

ବର୍ଷା ଆସିଲା ଆସିଲା ପ୍ରଶାସନ ପାଇଁ ପରୀକ୍ଷାର ସମୟ। ନେତାଙ୍କ ପାଇଁ ପରୀକ୍ଷାର ସମୟ। ସହର ହେଉ କି ଗାଁ ଲୋକେ କେମିତି ହଇରାଣ ନ ହେବେ ଜଳବନ୍ଦୀ ନହେବେ ଏଥିରେ ପ୍ରଶାସନ କେତେ ଆଗୁଆ ସତର୍କ ରହିଛି ତାହା ଜଣା ପଡ଼ିବ। ବିଶେଷ କରି ଫୋନି ପ୍ରଭାବିତ ଅଞ୍ଚଳରେ ଲୋକେ ହଇରାଣ ହେବାର ଆଶଙ୍କା ରହିଛି। ସେହିପରି କଟକ, ବ୍ରହ୍ମପୁର, ପୁରୀ, ଭୁବନେଶ୍ବର ଭଳି ସହରରେ ବିଭିନ୍ନ ସ୍ଥାନ ଜଳବନ୍ଦୀ ହେବାର ଆଶଙ୍କା ଦେଖାଦେଇପାରେ।

ଏଥର ମୌସୁମୀ ଓଡିଶାକୁ ଡେରିରେ ଛୁଇଁଛି । ଯାହାକୁ ନେଇ ଚିନ୍ତିତ ଥିଲେ ଚାଷୀକୂଳ । ଜଳ ବିହୁନେ ଥିବା ଚାଷୀଙ୍କ ଚିନ୍ତା ଜଳବହୁଳ ଚିନ୍ତା ନ ହେଉ।

   Related Posts