ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା : ରାୟଗଡା, କନ୍ଧମାଳ, କଳାହାଣ୍ଡି, ଗଜପତି, ନୟାଗଡ ଆଦି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା

Published By : Prameya-News7 Bureau | July 15, 2019 IST

ଭୁବନେଶ୍ବର ୧୫/୭: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା  ହେବାର ସମ୍ଭାବନା ରହିଛି। ରାୟଗଡା, କନ୍ଧମାଳ, କଳାହାଣ୍ଡି, ଗଜପତି, ନୟାଗଡ ଆଦି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି। ସନ୍ଧ୍ୟାରେ ଭୁବନେଶ୍ବରରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଅଛି।

୧୮ ଓ ୧୯ରେ ବର୍ଷାର ପରିମାଣ ବଢିବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଗଜପତି, ରାୟଗଡା, କନ୍ଧମାଳ, କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ରାଜସ୍ଥାନରୁ ବଙ୍ଗୋପସାଗରେ ଉପରି ଭାଗ ଦେଇ ଯେଉଁ ଟ୍ରପ ଲାଇନ ରହିବା କଥା ତାହା ବର୍ତ୍ତମାନ ପଞ୍ଜାବରୁ ନାଗାଲାଣ୍ଡ ମଧ୍ୟରେ ରହିଛି। ଗଜପତିରେ ୫୮ ପ୍ରତିଶତ କମ୍ ବର୍ଷା ହୋଇଛି। ୧୫ଟି ଜିଲ୍ଲାରେ ସାଧାରଣଠାରୁ କମ୍ ବର୍ଷା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.