Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||

ଓଡିଶା ସମେତ ଅନେକ ରାଜ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା, ବହିପାରେ ୫୦-୬୦କି.ମି. ବେଗରେ ପବନ

20/04/2020 at 5:07 PM

ନୂଆଦିଲ୍ଲୀ ୨୦।୪: ଦେଶରେ କରୋନା ମହାମାରୀ ସଙ୍କଟ ଭିତରେ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ-ଏନସିଆର ସମେତ ବିଭିନ୍ନ ରାଜ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ପବନ ହେବାର ସମ୍ଭାବନା ରହିଛି । ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

ପାଣିପାଗ  ବିଭାଗର ପୂର୍ବାନୁମାନ ଅନୁସାରେ ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ସିକ୍କିମ, ଅରୁଣାଞ୍ଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଝାଡଖଣ୍ଡ, ତେଲଙ୍ଗନା, ଓଡିଶା, ବିହାର, କର୍ଣ୍ଣାଟକରେ ଘଣ୍ଟାପ୍ରତି ୫୦-୬୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ଦେଖାଦେଇଛି । ସେହିଭଳି ପଞ୍ଜାବ, ହରିୟାଣା, ଚଣ୍ଡୀଗଡ, ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନଟ, ଛତିଶଗଡରେ ମଧ୍ୟ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଉତ୍ତରପ୍ରଦେଶରେ ମଧ୍ୟ ପାଣିପାଗ ପରିବର୍ତ୍ତନ ଦେଖିବାକୁ ମିଳିବ । ପ୍ରବଳ ପବନ ବହିବା ସହ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ଦିଲ୍ଲୀରେ ସୋମବାର ଏବଂ ମଙ୍ଗଳବାର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିଭଳି ଗୁରୁବାର ଦିନ ଦିଲ୍ଲୀରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଗତ କିଛି ଦିନ ହେଲା ପାଣିପାଗରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳୁଛି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ପାଣିପାଗ ଏଭଳି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ଷା ହେବା ଯୋଗୁଁ ଚାଷୀମାନଙ୍କ ପାଇଁ ସମସ୍ୟା ଉପୁଜିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଅଧିକାଂଶ ଜିଲ୍ଲାରେ ଏବେ ଫସଲ ଅମଳ କରିବାର ସମୟ । ଯେଉଁଠାରେ ଅମଳ ହୋଇସାରିଛି ସେଠାରେ ଚାଷୀ ମାନଙ୍କ ଫସଲ ବିଲରେ ହିଁ ପଡିରହିଛି । ତେଣୁ ବର୍ଷା ଯୋଗୁଁ ସେଗୁଡିକ ନଷ୍ଟ ହେବାର ସମ୍ଭାବନା ରହିଛି ।

   Related Posts