Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ : ଦୁଇ ଦିନ ସାରା ରାଜ୍ୟରେ ପ୍ରବଳ ବର୍ଷା, ରାଜ୍ୟ ସରକାର ସଜାଗ

30/06/2019 at 7:22 PM

ଭୁବନେଶ୍ବର ୩୦|୬: ଉତ୍ତର ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣିବଳୟ ଲଘୁଚାପରେ ପରିଣତ ହେଇଛି ।  ଏହା  ଅବପାତରେ  ପରିଣତ ହୋଇ ବଡ଼ ବର୍ଷା ଆଣୁଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  ୨ ଦିନ ଧରି ସାରା ରାଜ୍ୟରେ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଲଘୁଚାପ ଆଣୁଛି ବଡ଼ ବର୍ଷା ।  ଉତ୍ତର ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ  ଲଘୁଚାପରେ ପରିଣତ ହୋଇଛି।  ଏହାର  ପ୍ରଭାବରେ ୨ ଦିନ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ।  ଏପରିକି କିଛି କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବାନା ରହିଥିବା ଅାକଳନ କରିଛି ପାଣିପାଗ ବିଭାଗ।  ୪୮ ଘଣ୍ଟାରେ ଅବପାତରେ ପରିଣତ ହେବ ଲଘୁଚାପ ।

କାଲି ସୋନପୁର,  ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବାନା ରହିଛି।  କିଛି ସ୍ଥାନରେ ୨୦୦ ମିଲିମିଟରୁ ଅଧିକ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।   ମତ୍ସ୍ୟଜୀବୀଙ୍କୁ  ଆସନ୍ତା  ୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର  ବାରଣ କରାଯାଇଛି ।  ଜୁନ୍ ୨୯  ସୁଦ୍ଧା ରାଜ୍ୟରେ ଅବଶ୍ୟକତା ଠାରୁ ୩୪ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି ।

ଲଗାଣ ବର୍ଷାକୁ ନଜରରେ ରଖି ରାଜ୍ୟ ସରକାର ପୁରା ସଜାଗ ରହିଛନ୍ତି । ସ୍ବତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ରହିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ପାଣିପାଗ ବିଭାଗ କିନ୍ତୁ କହୁଛି  ବନ୍ୟା ଆଶଙ୍କା ନାହିଁ ।

   Related Posts