ସାରା ରାଜ୍ୟରେ ନିଅଣ୍ଟିଆ ବର୍ଷା : ୧୮ରୁ ବର୍ଷା ବଢିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

Published By : Prameya-News7 Bureau | July 14, 2019 IST

ଭୁବନେଶ୍ବର ୧୪/୭: ସାରା ରାଜ୍ୟରେ ନିଅଣ୍ଟିଆ ବର୍ଷା । ଆବଶ୍ୟକତା ଠାରୁ ଜୁନ୍ ମାସରେ ୩୧ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଜୁଲାଇ ୧ରୁ ୧୩ ତାରିଖ ମଧ୍ୟରେ ୩ ପ୍ରତିଶତ କମ୍ ବର୍ଷା ହୋଇଛି । ସେହିପରି ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ ୨୦.୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଏହି ସମୟରେ ରାଜ୍ୟରେ ୩୫୯ ମିଲିମିଟର ବର୍ଷା ପରିବର୍ତ୍ତେ ମାତ୍ର ୨୮୬.୧ ମିଲିମିଟର ବର୍ଷ ହୋଇଛି । ତେବେ ରାୟଗଡ଼ା, ସୁନ୍ଦରଗଡ଼ ଓ ଗଜପତି ଜିଲ୍ଲାରେ ସ୍ଥିତି ସବୁଠାରୁ ଅଧିକ ସଙ୍ଗୀନ । ଗଜପତି ଜିଲ୍ଲାରେ ଗତ ଦେଢ ମାସ ମଧ୍ୟରେ ୫୬ ପ୍ରତିଶତ କମ୍ ବର୍ଷା ହୋଇଛି ।

ସେହିପରି ସୁନ୍ଦରଗଡ଼ରେ ୪୦.୯ ଓ ରାୟଗଡ଼ାରେ ୩୯.୬ ପ୍ରତିଶତ କମ୍ ବର୍ଷା ହୋଇଛି । ତେଣୁ ଏହି ୩ଟି ଜିଲ୍ଲାରେ ଚାଷୀ ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ତେବେ କେବଳ କୋରାପୁଟ ଓ କଟକରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି । କୋରାପୁଟରେ ୬.୪ ଓ କଟକରେ ୫.୫ ପ୍ରତିଶତ ଅଧିକ ବର୍ଷା ହୋଇଛି । ସେପଟେ ବର୍ଷା କଥା ଦେଖିଲେ ଓଡ଼ିଶା ଉପରେ ଟ୍ରାପ ଲାଇନ ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ୪-୫ ଦିନ ଯାଏଁ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବ । ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।  ୧୮ରୁ ବର୍ଷାର ପରିମାଣ ବଢ଼ିବା ସହ ୨୦ ଯାଏଁ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି । ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଥିବାରୁ ଗୁଳୁଗୁଳି ଅନୁଭୂତ ହେଉଥିବା ପାଣିପାଗ ବିଭାଗ କହିଛି । 

କନ୍ଧମାଳ ଜିଲ୍ଲାରେ ବି ସମାନ ସ୍ଥିତି । ବର୍ଷାକୁ ଚାତକ ଭଳି ଅନାଇ ବସିଛି ଚାଷୀ । ଭଲ ବର୍ଷା ହେଲେ କ୍ଷେତରେ ପଡିବ ବିହନ । କିନ୍ତୁ ବର୍ଷା ଗାଏବ । ତେବେ ସପ୍ତାହେ ଭିତରେ ଯଦି ବର୍ଷା ନହେଲା ମରୁଡି ଏକ ପ୍ରକାର ଥୟ ବେ।ଲି ଭାବିଦେଲେଣି ଚାଷୀ

ଆଷାଢ ସରିବାକୁ ବସିଲାଣି। କିନ୍ତୁ ବର୍ଷାର ଦେଖା ନାହିଁ । ଆକାଶକୁ ଚାହିଁ ଚାହିଁ ଚଷା ପୁଅ ଆଖିରୁ ପାଣି ମରିଗଲାଣି । କଣ କରିବେ କେମିତି ଚାଷ ଆରମ୍ଭ ହେବ ସେଇ କଥାକୁ ନେଇ ଚାଷୀଙ୍କ ଭିତରେ ଭାଳେଣି । ଶୁଖିଲା ବିଲରେ କିଏ ହଳ କରିସାରିଲାଣି ତ କିଏ ହଳ ବୁଲାଇନି । ଅନେକ ସ୍ଥାନରେ ଗେ।ରୁ ଗାଇ ଚରୁଛନ୍ତି । କନ୍ଧମାଳ ଜିଲ୍ଲାରେ ମୋଟ ୧ ଲକ୍ଷ ୨୭ ହଜାର ୭୯୦ ହେକ୍ଟର ଚାଷଜମି ରହିଛି। ସେଥିମଧ୍ୟରୁ ୯୬ ହଜାର ୨୯୮ ହେକ୍ଟର ଉଚ୍ଚା ଜମି, ମଧ୍ୟମ କିସମ ଜମି ୨୦ ହଜାର ୬୨୪ ହେକ୍ଟର ଓ ଖାଲଜମି ୧୦ ହଜାର ୮୬୮ ହେକ୍ଟର ରହିଛି। କିନ୍ତୁ ଉଦବେଗର କଥା  ଜିଲ୍ଲାରେ ଚାଷଜମିକୁ ଜଳସେଚନ ବ୍ୟବସ୍ଥା ମଧ୍ୟ ନାହିଁ। ଖରିଫରେ ମାତ୍ର ୨୨ ଭାଗ ଜମିକୁ ଜଳସେଚନ ବ୍ୟବସ୍ଥା ରହିଛି ।

ଫୁଲବାଣୀ ବ୍ଲକ ସମେତ ଜିଲ୍ଲାର ବାଲିଗୁଡା, ଜି.ଉଦୟଗିରି ସବୁଠି ଏକା ଅବସ୍ଥା। ବର୍ଷା ନହେବାରୁ ଆଗେଇ ପାରୁନି ଚାଷ କାମ । ତେବେ ପ୍ରତି ବର୍ଷ ଜୁନ୍ ମାସରେ ଯେଭଳି ବର୍ଷ। ହେବାକଥା ସେତିକି ହୋଇ ନାହିଁ। ଜିଲ୍ଲାରେ ଏଯାଏ ୪୯ ପ୍ରତିଶତ ବର୍ଷ। ହୋଇଛି । ତେବେ ଆଗକୁ ବର୍ଷ। ହେଲେ ଚାଷ କାମ ହେବ ବୋଲି ଆଶା ରଖିଛି  କୃଷି ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.