ଦଶହରାକୁ ପାଣିଚିଆ କରିପାରେ ବର୍ଷା : ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷିବ ୪୮ ଘଣ୍ଟା

Published By : Prameya-News7 Bureau | October 07, 2019 IST

ଭୁବନେଶ୍ବର ୭/୧୦: ପୂଜାକୁ ଫିକା କରିପାରେ ବର୍ଷା । ଆଭ୍ୟନ୍ତରୀଣ ଓଡ଼ିଶାରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ଭିତରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଦେଇଛି ।

ଘୂର୍ଣ୍ଣିବଳୟ ଯୋଗୁ ସୃଷ୍ଟି ହୋଇଥିବା ଟ୍ରପ୍ ଲାଇନ୍  ପଶ୍ଚିମବଙ୍ଗ ଦେଇ ହିମାଳୟ ପାଦଦେଶକୁ ଯାଇଛି। ଏହାର ପ୍ରଭାବରେ ମୟୂରଭଞ୍ଜ, ଝାରସୁଗୁଡ଼ା, ଅନୁଗୋଳ, ଢେଙ୍କାନାଳ, ନୟାଗଡ, କେନ୍ଦୁଝର, ଭଞ୍ଜାମ, ଗଜପତି, ଖୋର୍ଦ୍ଧା ଓ କଟକରେ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ଦଶହରା ପୂଜା ମଉଜ ଫିକା ପଡ଼ିବାର ଆଶଙ୍କା ଦେଖାଦେଇଛି । ସେହିପରି ଆଜି ଓ ଆସନ୍ତାକାଲି ଦକ୍ଷିଣ ଓ ଉତ୍ତର ପଶ୍ଚିମ ଓଡିଶାରେ ଗୋଟିଏ  ଦୁଇଟି ସ୍ଥାନରେ ବର୍ଷା ହୋଇପାରେ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.