Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୯ ଜଣଙ୍କ ଜୀବନ, ୩୪୭୧ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଆସୁଛି ଆଉ ଏକ ଲଘୁଚାପ, ଜୁନ୍ ୩୦ରୁ ରାଜ୍ୟରେ ପ୍ରବଳ ବର୍ଷା ସହ ଘଂଟା ପ୍ରତି ୪୫ରୁ ୬୦ କିମି ବେଗରେ ବହିପାରେ ପବନ

27/06/2019 at 2:49 PM

ଭୁବନେଶ୍ବର ୨୭|୬ : ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ଥିବାରୁ  ଆସନ୍ତା ଜୁନ୍ ୩୦ରୁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ଠିକ୍ ଗୋଟିଏ ଦିନ ପରେ ଅର୍ଥାତ୍ ଜୁଲାଇ ୧ ତାରିଖ ଦିନ ଏହି ଲଘୁଚାପ ଡିପ୍ରେସନର ରୂପ ନେବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି । 

ଜୁଲାଇ ୨ ତାରିଖ ସକାଳ ସୁଦ୍ଧା ଉତର ପଶ୍ଚିମ ବଙ୍ଗୋପସାଗର ତଥା ଓଡ଼ିଶା ଉପକୂଳରେ ଏହା ଡିପ୍ ଡିପ୍ରେସନର ରୂପ ନେବାର ଯଥେଷ୍ଟ ସମ୍ଭାବନା ଥିବା ସିଇସି ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି । 

ଏହାର ପ୍ରଭାବରେ ଜୁନ୍ ୩୦ ତାରିଖ ଅପରାହ୍ନ କିମ୍ବା ରାତିରୁ ବର୍ଷା ଆରମ୍ଭ ହୋଇ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲାଗି ରହିବ ବୋଲି ସେ କହିଛନ୍ତି । 

ସୃଷ୍ଟ ଲଘୁଚାପ ଯୋଗୁଁ ପୁରୀ, କଟକ, ଖୋର୍ଦ୍ଧା, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ, ଯାଜପୁର, ଢ଼େଙ୍କାନାଳ, ବୌଦ୍ଧ, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସମ୍ବଲପୁର, ସୋନପୁର, ବରଗଡ, ନବରଙ୍ଗପୁର ଏବଂ ଦେବଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି । 

ଜୁନ୍ ୩୦ ଏବଂ ଜୁଲାଇ ୧ ମଧ୍ୟରେ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ ଏବଂ ନୟାଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସମୁଦ୍ର ନିକଟବର୍ତ୍ତୀ ଉପକୂଳ ଜିଲ୍ଲାଗୁଡ଼ିକରେ ଏହି ସମୟରେ ପବନର ବେଗ ଘଂଟା ପ୍ରତି ୪୫ରୁ ୬୦ କିମି ରହିବାର ସୂଚନା ଦେଇଛି ସିଇସି । ତେବେ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଖରା ଓ ଗୁଳୁଗୁଳିର ପ୍ରକୋପ ରହିବ । ଏହି ସମୟ ମଧ୍ୟରେ ତାପମାତ୍ରା ୩୪ ରୁ ୩୬ ଡିଗ୍ରୀ ମଧ୍ୟରେ ରହିବ ବୋଲି ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି । 

   Related Posts