Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସୁଛି ଲଘୁଚାପ ; ପୁଣି ବର୍ଷିବା ସମ୍ଭାବନା

18/08/2018 at 4:44 AM

ଭୁବନେଶ୍ୱର ୧୮/୮ : ପୁଣି ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ବଙ୍ଗୋପସାଗରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଯାହା ଏବେ ଧୀରେ ଧୀରେ ଘନୀଭୂତ ହେଉଥିବା ବେଳେ ଆସନ୍ତା ୧୯ ତାରିଖ ବେଳକୁ କ୍ରିୟାଶୀଳ ହେବା ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଏବଂ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଗତ ୨ ଦିନ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ଅନେକ କମିଛି । କିଛି ସ୍ଥାନରେ ଝିପିଝିପି ଏବଂ ଆଉ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି । ବଲାଙ୍ଗିରକୁ ଛାଡ଼ି ଦେଲେ ଲଘୁଚାପ ଜନିତ ବର୍ଷାରେ ରାଜ୍ୟର ଅନ୍ୟ ସବୁ ଜିଲ୍ଲାରେବର୍ତ୍ତମାନ ସୁଦ୍ଧା ବର୍ଷା ପରିମାଣ ଠିକ୍ ରହିଛି । ବଲାଙ୍ଗିରରେ ଏବେ ସୁଦ୍ଧା ୨୬ ପ୍ରତିଶତ ବର୍ଷା କମ୍ ହୋଇଛି ।ଚାଷ ପାଇଁ ପାଗ ଅନୁକୂଳ ଥିବା ବେଳେ ଏବେ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ୧୯ ତାରିଖରେ କ୍ରିୟାଶୀଳ ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ୨ ଦିନ ଯାଏଁ ବର୍ଷା ଲାଗି ରହିବ । କିଛି ସ୍ଥାନରେ ବିଜୁଳି ଏବଂ ଘଡ଼ଘଡ଼ି ମାରିବ । ଆକାଶ ପ୍ରାୟତଃ ମେଘାଚ୍ଛନ୍ନ ରହିବ । ସେହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

   Related Posts