Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସତର୍କ ସୂଚନା: ଆଗାମି ୨୪ ଘଣ୍ଟାରେ ପ୍ରବଳ ବର୍ଷିବ

25/08/2018 at 6:12 AM

ଭୁବନେଶ୍ବର୨୪|୮: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଛି ଏକ ଲଘୁଚାପ କ୍ଷେତ୍ର । ଯାହାର ପ୍ରଭାବରେ ଆଗାମି ଦୁଇ ନିଦ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା । ଯାହାର ପ୍ରଭାବରେ ଆଗାମି ୨୪ ଘଣ୍ଟାରେ ଅନଗୁଳ,ଢେଙ୍କାନାଳ, ବଲାଙ୍ଗିର, ଦେଓଗଡ ,ବରଗଡ, ଝାରସୁଗୁଡା ଓ କେନ୍ଧୁଝର ରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ସୁଚନା ଦେଇଛି ପାଣିପାଗ ବିଭାଗ । ସେହିପରି ୨୪ ଘଣ୍ଟା ପରେ କଳାହାଣ୍ଡି ,ବଲାଙ୍ଗିର, ସୋନପୁର,ଓ ବରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ର ସୁଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଏହି ସମୟରେ ସମୁଦ୍ର ଓ ନଦୀ ମଧ୍ୟକୁ ନଯିବାକୁ ମତ୍ସ୍ୟଜିବୀମାନେ ଯିବାକୁ ବାରଣ କରାଯାଇଛି ।ତେବେ ଗତକାଲି ରାଜକିଶୋର ନଗର ଓ ଦେଓଗଡର ରେମାଳରେ ୧୧ ସେଣ୍ଟି ମିଟର ବର୍ଷା ହୋଇଥିବା ସୁଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ ।

   Related Posts