ଆସନ୍ତା ୩୬ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
6/08/2018 at 6:06 AM

ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ଓଡିଶା ସମେତ ଉପକୂଳ ଓ ପଶ୍ଚିମ ଓଡିଶାରେ ବର୍ଷାର ମାତ୍ରା ଅଧିକ ରହିବ। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ୧୭ଟି ଜିଲ୍ଲା ଏହା ଦ୍ବାରା ଗଭୀରଭାବେ ପ୍ରଭାବିତ ହୋଇପାରନ୍ତି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପରିସ୍ଥିତିର ଗମ୍ଭୀରତା ଦେଖି ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପେର ନଜର ରଖିବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଗତ ୧୨ ଘଣ୍ଟା ମଧ୍ୟରେ ଉତ୍ତର ଓ ଉପକୂଳ ଓଡିଶାରେ ର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କକରଦିଆଯାଇଛି।
Related Posts
ଫିଲପାଇନସ୍ରେ ଭୀଷଣ ଭୂ-କମ୍ପ, ରିକ୍ଟର ସ୍କେଲର ତୀବ୍ରତା ୭.୦
21 January 2021