ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ : ୩ ଦିନ ଧରି ରାଜ୍ୟରେ ଢାଳିବ ବର୍ଷା

Published By : Prameya-News7 Bureau | October 22, 2019 IST

ଭୁବନେଶ୍ବର ୨୨।୧୦: ବଙ୍ଗୋପସାଗରେ ଦାନା ବାନ୍ଧୁଛି ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଓ ତାମିଲନାଡୁର ଉତ୍ତର ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି।

ପ୍ରଭାବରେ ଆସନ୍ତା ୨୩ ତାରିଖରେ ରାଜ୍ୟରେ ବର୍ଷା ହେବାର ଆଶଙ୍କା ଦେଖାଦେଇଛି । ଗଜପତି, ଗଞ୍ଜାମ, ରାୟଗଡ଼ା, ପୁରୀ, କନ୍ଧମାଳ, ନୟାଗଡ଼, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । 

ସେହିପରି ୨୪ତାରିଖରେ ଗଜପତି, ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନବରଙ୍ଗପୁର ଓ କଟକ ଜିଲ୍ଲାରେ ମଧ୍ୟ ମଧ୍ୟମ ଧରଣର ବର୍ଷା  ହୋଇପାରେ ।

ସେପଟେ ୨୫ରେ କେନ୍ଦୁଝର, ମୟୂରଭଞ୍ଜ, କଟକ, ବାଲେଶ୍ବର, ଢେଙ୍କାନାଳ, ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।

ଏନେଇ ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୃଷି ନିର୍ଦ୍ଦେଶକ ଓ ସଚିବଙ୍କୁ ସୂଚିତ କରାଯିବା ସହ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ତିନି ଦିନ ଧରି ଲଗାଣ ବର୍ଷା ସମ୍ଭାବନା ଥିବାରୁ  ଦୀପାବଳି ଫିକା ପଡିବା ନେଇ ଆଶଙ୍କା ଦେଖାଦେଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.