ଆଜିଠୁ ସାରା ରାଜ୍ୟରେ ପ୍ରବଳ ବର୍ଷା

Published By : Prameya-News7 Bureau | July 20, 2018 IST

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜିଠାରୁ ବର୍ଷା ପରିମାଣ ବଢିବ | ସାରା ଓଡିଶାରେ ଅତି ପ୍ରବଳ ବର୍ଷା ହେବ | ଏହାକୁ ଦୃଷ୍ଟିରେ ରଖି ଓଡିଶା ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ | ମତ୍ସ୍ୟଜୀବୀମାନଙ୍କୁ ୨୨ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି | ଜୁଲାଇ ୨୨ ତାରିଖ ଯାଏଁ ଓଡିଶାରେ ଲଘୁଚାପର ପ୍ରଭାବ ରହିବ | ଘଣ୍ଟାକୁ ୫୦ ରୁ ୬୦ କି:ମି: ବେଗରେ ପବନ ବୋହିବ | ୨ୟ ତାରିଖଠାରୁ କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଭଦ୍ରକ ଓ ଗଂଜାମରେ ପ୍ରବଳ ବର୍ଷା ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.