ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ-ବାଇଡେନ ଆଲୋଚନା : ଭାରତର କରୋନା ମୁକାବିଲାକୁ ପ୍ରଶଂସା କଲେ ୟୁଏସ ରାଷ୍ଟ୍ରପତି
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୭୫ କରୋନା ପଜିଟିଭ୍
  • ||
  • ମଙ୍ଗଳବାରଠୁ ଗ୍ରାଁପ୍ରି-୪ : ଇଭେଣ୍ଟରେ ଭାଗନେବେ ବିଭିନ୍ନ ରାଜ୍ୟର ଖେଳାଳି
  • ||
  • ହରିଦ୍ୱାରରେ ଅସ୍ଥି ବିସର୍ଜନ କରି ଫେରୁଥିଲେ, ରାସ୍ତାରେ ଧକ୍କା ଦେଲା ଟ୍ରକ୍ : ୬ ମୃତ
  • ||
  • ଗଛରେ ପିଟିହେଲା କାର, ଚାଲିଗଲା ଗୋଟିଏ ପରିବାରର ୪ ଜୀବନ
  • ||
  • ଶିଖର ଧାଓ୍ୱନଙ୍କୁ ଦଳରେ ମିଳିଲାନି ଜାଗା : ପ୍ରଶ୍ନ ଉଠାଇଲେ ସୁରେଶ ରାଇନା
  • ||
  • ମଙ୍ଗଳବାର କ୍ୱାଡ୍ ସମ୍ମିଳନୀ : ୩ ବିଶ୍ୱନେତାଙ୍କ ସହ ଆଲୋଚନା କରିବେ ମୋଦୀ
  • ||
  • ରାଜ୍ୟରେ କମିବ ତାତି, ଭିଜାଇବ କାଳବୈଶାଖୀ ବର୍ଷା
  • ||

ଦୁର୍ବଳ ହେଉଛି ‘ପେଥାଇ’ ; ୧୨ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା, ରାଜ୍ୟରେ ବଢିବ ଶୀତ

18/12/2018 at 8:44 AM

ଭୁବନେଶ୍ବର ୧୮|୧୨:  ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ଘୂର୍ଣ୍ଣିଝଡ଼ ‘ପେଥାଇ’  ଦୁର୍ବଳ ହେଉଛି । ଏହା ଉପକୂଳ ଆନ୍ଧ୍ରପ୍ରଦେଶର ଉତ୍ତର-ପୂର୍ବ ଦିଗକୁ ଗତି କରୁଛି । ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହାର ପ୍ରଭାବରେ ରାଜ୍ୟରେ କିଛି ଅଞ୍ଚଳରେ ଜାରି ରହିଛି ବର୍ଷା । ବର୍ଷା ସହ କୋହଲା ପାଗ ଜାରି ରହିଛି ।  ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଆସନ୍ତା ୧୨ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼ ଓ ପୁରୀରେ ପ୍ରବଳ ବର୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ଗଜପତି ଓ ନୂଆପଡ଼ା ଜିଲ୍ଲାର ୧୩ ହଜାର ୪୬୭ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ୧୮ରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ବର୍ଷା ଓ ମେଘୁଆ ପାଗ ଯୋଗୁଁ ଶୀତର ପ୍ରକୋପ ବଢ଼ିବ। ବର୍ଷା ଛାଡ଼ିବା ପରେ ପୁଣିଥରେ ଶୀତ ଫେରିବ ବୋଲି ଅନୁମାନ କରାଯାଉଛି । ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ହେବା ସହ ଶୀତ ବଢିବ। ପାରାଦୀପରେ ସର୍ବାଧିକ ୮ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ଏହାସହ ଗୋପାଳପୁରରେ ୫ ସେଣ୍ଟିମିଟରବର୍ଷା ଓ ଭୁବନେଶ୍ବରରେ ୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ତେବେ ଗତକାଲି ଅପରାହ୍ନ ସାଢ଼େ ଗୋଟାଏ ରୁ ୨ଟା ୩୦ ମଧ୍ୟରେ ‘ପେଥାଇ’ ସ୍ଥଳ ଭାଗ ଛୁଇଁଛି । ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟରେ ମାଡ଼ ହେବା ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମିରହିଥିଲା । ଏହାର ପ୍ରଭାବରେ ପୂର୍ବ ଗୋଦାବରୀ ସମେତ ୭ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିଛି । କାକିନାଡ଼ା ଓ ବିଶାଖାପାଟଣାରେ ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଛି। କେତେକ ସ୍ଥାନରେ ଟେଲିଫୋନ୍‌ ଟାୱାର ଭାଙ୍ଗି ପଡ଼ିଥିବାରୁ ଯୋଗାଯୋଗ ପ୍ରଭାବିତ ହୋଇଛି। ତେବେ ବାତ୍ୟା ପୂର୍ବରୁ ପ୍ରାୟ ୨୦ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପବନ ବହିବା ଯୋଗୁଁ ପୂର୍ବ ‌ଗୋଦାବରୀର କାଟ୍ରେନିକୋନା, ତଲାରେବୁ ଏବଂ ମାଲ୍‌କିପୁରମ୍‌ରେ ଅନେକ ଗଛ ଓ ବିଜୁଳି ଖୁଣ୍ଟି ଉପୁଡ଼ି ପଡ଼ିବା ଯୋଗୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଥିଲା ।  ତେବେ ବାତ୍ୟା ଯୋଗୁଁ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

   Related Posts