ଲଗାଣ ବର୍ଷାରେ ବେହାଲ କୋରାପୁଟ ; ଗୁପ୍ତେଶ୍ବରକୁ ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | August 20, 2018 IST

କୋରାପୁଟ ୨୦/୮ : ଲଗାଣ ବର୍ଷାରେ ବେହାଲ କୋରାପୁଟ । ପ୍ରବଳ ବର୍ଷା ଯୋଗୁ ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ବରକୁ ଯୋଗାଯୋଗ ବିଚ୍ଛିନ୍ନ । ଫଶିଛନ୍ତି ହଜାର ହଜାର କାଉଡିଆ । ରାମଗିରି ନିକଟସ୍ଥ ସୁକନାଳ ପୋଲ ଉପରେ ପାଣି ପ୍ରବାହିତ ହେଉଛି । ଗତ କିଛି ଦିନର ବର୍ଷା ଯେ।ଗୁଁ ଗୁପ୍ତେଶ୍ବରକୁ ଯାଇଥିବା ରାସ୍ତା ଧେ।ଇହେ।ଇଯାଇଥିଲା । ଏଥିପାଇଁ ଏକ ଅସ୍ଥାୟୀ ପେ।ଲ ତିଆରି କରାଯାଇଥିଲା । ହେଲେ ଲଗାଣ ବର୍ଷାରେ ଏହି ଅସ୍ଥାୟୀ ପେ।ଲଟି ମଧ୍ୟ ଧେ।ଇହେ।ଇଯାଇଛି । ଫଳରେ ଗୁପ୍ତେଶ୍ବରକୁ ଯୋଗାଯୋଗ ବିଚ୍ଛିନ୍ନ ହେ।ଇଛି । ଆଜି ଶ୍ରାବଣ ମାସର ଶେଷ ସୋମବାର ଲାଗି ଜଳାଭିଷେକ କରିବାକୁ ଯାଇଥିବା ହଜାର ହଜାର କାଉଡିଆ ସେଠାରେ ଫସି ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.