ମହାନଗରୀ ଦିଲ୍ଲୀ ବେହାଲ : Bigstory Followup
1/09/2018 at 2:47 AM

ଦିଲ୍ଲୀ ୧/୯ : ବର୍ଷା ଯୋଗୁଁ ମହାନଗରୀ ଦିଲ୍ଲୀ ଅବସ୍ଥା ବେହାଲ ହୋଇପଡିଛି | ବର୍ଷା ଯୋଗୁଁ ରାସ୍ତାରେ ପାଣି ଜମା ହୋଇ ରହିଛି | ଫଳରେ ଯାନବାହାନ ଚଳାଚଳ ଓ ଯାତାୟାତ ଠପ ହୋଇପଡିଛି | କେନ୍ଦ୍ରୀୟ ଦିଲ୍ଲୀରେ ବର୍ଷା ଯୋଗୁଁ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ବିଭିନ୍ନ ରାସ୍ତାରେ ଆଣ୍ଠୁଏରୁ ଅଧିକ ପାଣି ଜମିରହିଛି | ଆହୁରି ଅଧିକ ବର୍ଷା ହେବା ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ |