ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡିଶା ସ୍ଥିତି ବେହାଲ, ପାହାଡ ଧସିବା ସହ ଅନେକ ଘରଦ୍ୱାର କ୍ଷତିଗ୍ରସ୍ତ

Published By : Prameya-News7 Bureau | October 14, 2020 IST

ଭୁବନେଶ୍ୱର ୧୪/୧୦ : ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି। ଲଘୁଚାପ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ଯୁଆଡେ ଦେଖିବେ କେବଳ ପାଣି ଆଉ ପାଣି। କେଉଁଠି ପାହାଡ ଧସିଛି ତ କେଉଁଠି ଘର ଦ୍ବାର କ୍ଷତିଗ୍ରସ୍ତ ହୋଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଏହି ଜିଲ୍ଲା ଦେଇ ଯାଇଥିବା ନଦୀ ଗୁଡିକର ଜଳସ୍ତର ବଢିବାରେ ଲାଗିଛି। ତଳିଆ ଅଞ୍ଚଳରେ ପାଣି ପଶିଛି। ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି। ସେପଟେ ରାଜ୍ୟରେ ଆଗକୁ ବେଶୀ ବର୍ଷା ନାହିଁ ଏବଂ ବନ୍ୟା ସ୍ଥିତି ଉପୁଜିବାର ସମ୍ଭାବନା ନାହିଁ ବୋଲି ସୂଚନା ଦେଇଛନ୍ତି ଏସ୍ଆରସି। ….

{"id":344470,"sizeSlug":"large"}

ରାଜ୍ୟରେ ବର୍ଷା ବିତ୍ପାତ। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖନୀ ହୋଇଛନ୍ତି ଲୋକେ। ଲଗାଣ ବର୍ଷା ପରେ କିପରି ଧସିଛି ପାହାଡ଼। ଗଜପତି କେତେକ ସ୍ଥାନରେ ଏପରି ପାହାଡ ଧସିବା ସହ ଘର ଭୁଷୁଡ଼ି ପ୍ରଭାବିତ ହୋଇଛନ୍ତି ଲୋକେ। କାଶୀନଗର ବ୍ଲକର ତାମୁଶିଂ ଗାଁରେ ଘର ଭାଙ୍ଗିବାରୁ ୨ଜଣ ଆହତ ହୋଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ପାହାଡିଆ ଅଞ୍ଚଳରେ ବହୁଥିବା ଝରଣାର ଶ୍ରୋତ ବୃଦ୍ଧି ପାଇବାରେ ଲାଗିଛି। ଫଲରେ ପାହାଡ଼ ଧସିଥିବା ଲୋକେ କହିଛନ୍ତି। ଆଉ ଏ ହେଉଛି ଜିଲ୍ଲାର ବଂଶଧାରା ଓ ମହେନ୍ଦ୍ର ତନୟା ନଦୀ ।ନଦୀର ଜଳସ୍ତର ବଢିବାରୁ ତଳିଆ ଅଞ୍ଚଳରେ ପାଣି ପଶିଛି।

{"id":344471,"sizeSlug":"large"}

ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ପ୍ରବାହିତ ଋଷିକୂଲ୍ୟା, ଘୋଡାହାଡ, ବଡନଦୀ, ବାହୁଦା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ପୁରୁଷୋତ୍ତମପୁର ଅଞ୍ଚଳର ହଜାର ହଜାର ଏକର ଚାଷ ଜମିରେ ପାଣି ଜମିବାରୁ ଚାଷୀ ଚିନ୍ତାରେ ପଡିଛନ୍ତି। ପାତ୍ରପୁର ବ୍ଲକର ଅଙ୍କୁଲି ତାଡ଼କାସାହିର କିଛି ସ୍ଥାନରେ ପାହାଡ଼ ଧସି ରାସ୍ତା ଉପରକୁ ପଥର ଅତଡା ଓ ମାଟି ଖସିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଦକ୍ଷିଣାଞ୍ଚଳ ଆରଡିସି, ସ୍ଥାନୀୟ ଉପଜିଲ୍ଲାପାଳ, ତହସିଲଦାର, ବିଡ଼ିଓ ପହଞ୍ଚି ଘଟଣା ସ୍ଥଳ ଅନୁଧ୍ୟାନ କରିଛନ୍ତି। ଯୁଦ୍ଧ କାଳୀନ ଭିତ୍ତିରେ ରାସ୍ତା ଉପରୁ ମାଟି ପଥର କଢାଯାଇ ରାସ୍ତା ଚଳାଚଳ ସ୍ବାଭାବିକ କରାଯିବାକୁ ଚେଷ୍ଟା ଚାଲିଛି। ବାରମ୍ବାର ଏମିତି ଘଟୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ଲୋକେ। ଏପରିକି ଜଣେ ମହିଳା ଉପଜିଲ୍ଲାପାଳଙ୍କ ଗୋଡ଼ ଧରି କାକୁତି ମୀନତି ହେଉଥିବା ଦେଖାଯାଇଥିଲା।

{"id":344472,"sizeSlug":"large"}

ଆଉ ଏ ହେଉଛି ଗଞ୍ଜାମ ବ୍ଲକର ଦୃଶ୍ୟ। ନଦୀ ମୁହାଣ ବନ୍ଦ ହୋଇଯାଇଥିବାରୁ ବନ୍ୟାଜଳ ସମୁଦ୍ରକୁ ଯିବା ବଦଳରେ ଗାଁ ଭିତରକୁ ପଶିଆସିଥିଲା। ଫଳରେ ଗଞ୍ଜାମ ବ୍ଳକର ୮ଖଣ୍ଡ ଗାଁରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଏ ସଂପର୍କରେ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ବି କେହି ଶୁଣିନଥିଲେ। ଶେଷରେ ବାଧ୍ୟହୋଇ ଲୋକେ ନିଜସ୍ଵ ଉଦ୍ୟମରେ ମୁହାଣ ଖୋଳି ବନ୍ୟା ଜଳ ନିଷ୍କାସନ କରାଇଛନ୍ତି।

{"id":344473,"sizeSlug":"large"}

ଗଞ୍ଜାମନର ୩ ଟି ବ୍ଲକ୍ ଓ ଗଜପତିରି ୭ ଟି ବ୍ଲକ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ତେବେ ରାଜ୍ୟରେ ବଡ଼ ବନ୍ୟାର ଆଶଙ୍କା ନାହିଁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ସ୍ପଷ୍ଟ କରିଛନ୍ତି। ତେବେ ଗୁଁ ଋଷିକୁଲ୍ୟାରେ ସାମାନ୍ୟ ବନ୍ୟା ଆସିପାରେ ବୋଲି ସେ କହିଛନ୍ତି।  ଆଉ କିଛି ଘଣ୍ଟାରେ ଲଘୁଚାପ ଦୁର୍ବଳ ହୋଇଯିବ। ଦକ୍ଷିଣ ଓ ଉପକୂଳ ଓଡ଼ିଶାର ୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କରେ ପାଗ ଶୁଖିଲା ରହିବ।  

{"id":344475,"sizeSlug":"large"}

ଆସନ୍ତା କିଛି ଘଣ୍ଟା ମଧ୍ୟରେ ଉପକୂଳ ଓ ଉତ୍ତର ଓଡ଼ିଶାର ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଉତ୍ତର ଓ ପଶ୍ଚିମ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଥିବା ଜଣା ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.