Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଗୋଟିଏ ପଟେ ଆକାଶରୁ ନିଆଁ ବର୍ଷୁଛି, ଅନ୍ୟପଟେ ବାଦଲ ଫଟା ବର୍ଷା: ଆଶ୍ଚର୍ଯ୍ୟ ହେଲେଣି ପାଣିପାଗ ବିଜ୍ଞାନୀ, ଏଲନିନୋ ପ୍ରଭାବ ଯୋଗୁଁ ମୌସୁମୀ ଆସିବା ବିଳମ୍ବ

3/06/2019 at 5:38 PM

ଗୋଟିଏ ପଟେ ଆକାଶରୁ ନିଆଁ ବର୍ଷୁଛି । ଆଉ ଅନ୍ୟପଟେ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ହେଉଛି । ପ୍ରକୃତିର ଏଭଳି ଦୁଇଟି ଦୃଶ୍ୟ ସମସ୍ତଙ୍କୁ କରୁଛି ଆଶ୍ଚର୍ଯ୍ୟ । ସେପଟେ ଚଳିତ ବର୍ଷ ରାଜ୍ୟରେ ମୌସୁମୀ ପହଞ୍ଚିବାରେ ବିଳମ୍ବ ହେବ ବୋଲି ପାଣିପାଗ ବିଭାଗ କହୁଛି । ତେବେ ୬ ତାରିଖରେ ମୌସୁମୀ କେରଳରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।….

ରାଜସ୍ଥାନରେ ଆକାଶରୁ ବର୍ଷୁଛି ନିଆଁ । ତାତି ଏମିତି ଯେ ଉତ୍ତର ପଶ୍ଚିମ, ମଧ୍ୟ ଭାରତର ଲୋକେ ସନ୍ତୁଳି ହେଉଛନ୍ତି । ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରେ ହିଟୱେଭ୍ ପାଇଁ ରେଡ୍ ୱାର୍ଣିଂ ଜାରି କରାଯାଇଛି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୁଜରାଟ, ପଞ୍ଜାବ, ହରିୟାଣା ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ୟେଲୋ ୱାର୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ରାଜସ୍ଥାନର ଅନେକ ସ୍ଥାନରେ ପାରଦ ୪୮ଡିଗ୍ରୀ ଛୁଇଁଛି । ଏପର୍ଯ୍ୟନ୍ତ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ୩୦ଟପିଲାଣି । ଏମିତି ସ୍ଥିତି ଆହୁରି କିଛି ଦିନ ଧରି ଜାରି ରହିବ ବୋଲି ସତର୍କ କରିଛି ପାଣିପାଗ ବିଭାଗ ।  ଉତ୍ତରାଖଣ୍ଡର ଆଲମୋରା ଅଞ୍ଚଳ। ଯେଉଁଠି ପାହାଡି ଇଲାକାରେ ବାଦଲ ଫଟା ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଅଚାନକ ପ୍ରବଳ ବର୍ଷା ଯୋଗୁ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରକୃତିର ଏଭଳି ଦୁଇଟି ଦୃଶ୍ୟ ପରିବେଶବିତ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସେପଟେ ଓଡିଶାର ୨୫ ଜିଲ୍ଲାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ହିଟ୍ ୱେଭ । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସତର୍କ କରିଛି । ପଶ୍ଚିମ ଓଡିଶା ତାତିରେ ଟକମକ ଫୁଟୁଛି । ଦେଶରେ ପ୍ରାକମୌସୁମୀ ବର୍ଷାର ପରିମାଣ ୨୫ପ୍ରତିଶତ କମ ହୋଇଛି । ମାର୍ଚ୍ଚ-ଏପ୍ରିଲ-ମେ, ଏହି ୩ମାସରେ ୯୯ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ଗତ ୬୫ବର୍ଷ ଭିତରେ ଦ୍ବିତୀୟ ଥର ପାଇଁ ସବୁଠୁ କମ । ଚଳିତ ବର୍ଷ ମୌସୁମୀ ଏଲ୍ ନିନୋ ଦ୍ବାରା ପ୍ରଭାବିତ ହୋଇଛି । ତେଣୁ ମୌସୁମୀ ଆସିବାରେ ବିଳମ୍ବ ହେଉଛି। ଆସନ୍ତା ୬ ତାରିଖରେ ମୌସୁମୀ କେରଳରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଓଡ଼ିଶାରେ ଏଥର ମୌସୁମୀ ଡେରିରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଓଡ଼ିଶାରେ ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ପ୍ରାକ୍-ମୌସୁମୀ ଜନିତ ବର୍ଷା ହେବ ବୋଲି ଅନୁମାନ କରାଯାଉଚି । ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି ।

   Related Posts