Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଅସମ୍ଭାଳ: ଚାରଧାମ ଯାତ୍ରା ବନ୍ଦ, ଫସି ରହିଛନ୍ତି ୫ ହଜାର ଯାତ୍ରୀ, ୬୫ଟି ରାସ୍ତା ବନ୍ଦ

18/10/2021 at 7:52 PM

ନୈନିତାଲ ୧୮/୧୦ : ପାଣିପାଗ ବିଭାଗର ଚେତାବନୀର ପ୍ରଭାବ ନୈନିତାଲ ସମେତ ଅନେକ ସ୍ଥାନରେ ପଡିଛି। ପ୍ରବଳ ବର୍ଷା ହେତୁ ହଠାତ୍ ଚାରଧାମ ଯାତ୍ରା ବନ୍ଦ କରିବାକୁ ପଡିଛି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ୬୫ ଟି ରାସ୍ତା ବନ୍ଦ ହୋଇଯାଇଛି ଯେଉଁଥିପାଇଁ ହଜାର ହଜାର ଯାତ୍ରୀ ଫସି ରହିଛନ୍ତି। କେଦାରନାଥରେ ସର୍ବାଧିକ ୨୭୦୦ ଯାତ୍ରୀ ଫସି ରହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ଫୋନରେ କଥା ହୋଇ ଉତ୍ତରାଖଣ୍ଡ ବର୍ଷା ସ୍ଥିତି ପଚାରି ବୁଝିଛନ୍ତି। ପର୍ଯ୍ୟଟକଙ୍କ ଉପରେ ବିଶେଷ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷାରେ ଫସି ରହିଥିବା ଲୋକଙ୍କୁ ଆବଶ୍ୟକ ପଡିଲେ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କରିବାକୁ ମଧ୍ୟ କୁହାଯାଇଛି।

ଖରାପ ପାଗ ଯୋଗୁଁ ଚାରଧାମ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସମସ୍ତ ଜିଲ୍ଲାରେ ବର୍ଷା ପରିସ୍ଥିତି ଯୋଗୁଁ ସରକାର ସତର୍କ ହୋଇଯାଇଛନ୍ତି। ଯାତ୍ରୀମାନେ ଅନେକ ସ୍ଥାନରେ ଫସି ରହିଛନ୍ତି। ବଦ୍ରିନାଥରେ ଦୁଇ ହଜାର ଯାତ୍ରୀ, କେଦାରନାଥରେ ୨୭ ଶହ ଏବଂ ଗଙ୍ଗୋତ୍ରୀରେ ୩୦୦ ଯାତ୍ରୀ ଫସି ରହିଛନ୍ତି। ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀଙ୍କୁ ଧାମରେ ହିଁ ରହିବାକୁ କୁହାଯାଇଛି। ଯାତ୍ରୀମାନଙ୍କୁ ପ୍ରଶାସନ ପ୍ରତ୍ୟେକ ସୁବିଧା ଯୋଗାଉଛି ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଧନ ସିଂହ ରାୱତ କହିଛନ୍ତି। ଗତକାଲି ଠାରୁ ଲଗାତାର ବର୍ଷା ହେଉଛି। ତୀର୍ଥଯାତ୍ରୀମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା ସ୍ଥଗିତ ରଖିବାକୁ ଅନୁରୋଧ କରାଯାଇଛି। ଯାତ୍ରୀମାନଙ୍କ ପାଇଁ ହୋଟେଲ ଏବଂ ଧର୍ମଶାଳାରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି।

ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସନ୍ଧ୍ୟା ପାଞ୍ଚଟା ବେଳେ ବୈଠକ ଡାକିଥିଲେ। ଷ୍ଟେଟ ରେଜିଷ୍ଟର କଣ୍ଟ୍ରୋଲ ରୁମରେ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରାଯାଇଛି। ଅକ୍ଟୋବର ୧୯ ରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।

   Related Posts