ରାଜ୍ୟରେ ଆହୁରି ୩୬ଘଣ୍ଟା ବର୍ଷା
28/06/2018 at 5:06 AM

ରାଜ୍ୟରେ ଆହୁରି ୩୬ଘଣ୍ଟା ବର୍ଷିବ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବ । ଘୂର୍ଣ୍ଣିବଳୟ ପଶ୍ଚିମରୁ ଉତ୍ତର ପଶ୍ଚିମ ଆଡକୁ ମୁହାଁଉଛି । ଏହାବ୍ୟତିତ ଟ୍ରଫ ଲାଇନ୍ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମୌସୁମୀ ଆଜି ସମଗ୍ର ରାଜ୍ୟକୁ ଛୁଇଁଛି । ଉପକୂଳ ଓଡିଶାରେ ବର୍ଷା ସହ ୪୫କିଲୋମିଟର ବେଗରେ ପବନ ବୋହିବର ସମ୍ଭାବନା ଥିବାରୁ ମତ୍ସ୍ୟଜୀବିଙ୍କୁ ସମୁଦ୍ରକୁ ଯିବା ଲାଗି ବାରଣ କରାଯାଇଛି । ସେହିପରି ବ୍ରାହ୍ମଣୀ ଓ ବୁଢାବଳଙ୍ଗ ନଦୀରେ ଜଳସ୍ତର ବଢୁଛି ।
Related Posts
ଏମିତି ବି ଆସେ ମୃତ୍ୟୁ : ବାଇକରେ ଯାଉଥିଲା, ଉପରୁ ପଡିଲା ଗଛ
27 February 2021
ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
27 February 2021