Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଉପକୂଳ ଛୁଇଁଲା ସାମୁଦ୍ରିକ ଝଡ଼ ପେଥାଇ : ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସାଙ୍ଗକୁ କୋହଲା ପବନ

17/12/2018 at 5:41 PM

ଭୁବନେଶ୍ବର ୧୭|୧୨: ଉପକୂଳ ଛୁଇଁଲା  ସାମୁଦ୍ରିକ ଝଡ଼ ପେଥାଇ । ଏହାର ପ୍ରଭାବରେ ପ୍ରବଳ ବର୍ଷାସାଙ୍ଗକୁ ପବନ ବୋହୁଛି । ସ୍ଥଳ ଭାଗ ଛୁଇଁବା ପରେ ଏହା ଅବପାତରେ ପରିଣତ ହୋଇଛି । ପେଥାଇ ତାମିଲ ନାଡୁ,ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଛତିଶଗଡରେ ପ୍ରବଳ ବର୍ଷା ହେଉଛି । ବିଶେଷକରି ରାଜ୍ୟର ଦକ୍ଷିଣରେ ପ୍ରବଳବର୍ଷା ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ପ୍ରଶାସନ ସଜାଗ ଅଛନ୍ତି । ସେପଟେ ବର୍ଷା ଯୋଗୁଁ  ଧାନ ଫସଲ  ନଷ୍ଟ ହେବାକୁ ଥିବାରୁ ଚାଷୀ ଚିନ୍ତାରେ ପଡିଛନ୍ତି ।….

ପକା ଉଠା କଲାଣି ପେଥାଇ । ବାତ୍ୟା ଦୁର୍ବଳ ହେଲାଣି କିନ୍ତୁ ବର୍ଷା ପ୍ରବଳ । ଦକ୍ଷିଣ ଓଡ଼ିଶାରେ ଲାଗି ରହିଛି ବର୍ଷା । ମାଲକାନଗିରି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ପ୍ରବଳ ବେଗରେ ଥଣ୍ଡା ପବନ ବହୁଛି । ଚାଷୀଙ୍କ ଫସଲ ଏବେବି ଜମିରେ ଥିବାରୁ ମୁଣ୍ଡରେ ହାତ ଦେଇଛି ଚାଷୀ। କେବଳ ମାଲକାନଗିରି ନୁହେଁ କନ୍ଧମାଳ, ବୌଦ୍ଧ, ସମ୍ବଲପୁର, ଗଞ୍ଜାମ, କଳାହାଣ୍ଡି, ମୟରୁଭଞ୍ଜ ଆଦି ଜିଲ୍ଲାର ଚାଷୀଙ୍କ ଅବସ୍ଥା ସମାନ । କାହାର ଧାନ କଟା ହୋଇ ବିଲରେ ପଡିଛି ତ ଆଉ କାହାର ଧାନ ବିଲରୁ ଖଳାକୁ ଆସି ପାରିନାହିଁ । ଶୁଖିଲା ଧାନକୁ ଅଦିନିଆ ବର୍ଷା ଦାଉରୁ ରକ୍ଷା କରିବା ଲାଗି ପାଲ ଘୋଡାଉଛି ଚାଷୀ ।   

ସେପଟେ ପେଥାଇକୁ ନେଇ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ଏସଆରସି । ଓଡ଼ିଶା ଉପରେ ବେଶୀ ବିପଦ ନାହିଁ । ଦକ୍ଷିଣ ଓଡ଼ିଶାରେ ବର୍ଷା ସାଙ୍ଗକୁ ପବନର ବେଗ  ଘଣ୍ଟାପ୍ରତି ସର୍ବାଧିକ ୫୦ କିଲୋମିଟର ରହିବ । ମଣ୍ଡିରେ ଯେପରି ଶସ୍ୟ ନଷ୍ଟ ନହୁଏ ସେଥିପ୍ରତି ଚାଷୀ ଦୃଷ୍ଟିଦେବାକୁ ପରାମର୍ଶ ଦିଆଯାଇଛି । ଗଜପତିରେ କିଛି ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗଂଜାମ ଓଗଜପତିରେ ତିତଲି କ୍ଷତିଗ୍ରସ୍ତ ପରିବାରକୁ ନିକଟରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସ୍କୁଲରେ ରଖିବା ପାଇଁ ଜିଲ୍ଲା ପାଳମାନଙ୍କୁ କୁହାଯାଇଥିବା କହିଛନ୍ତି ଏସ୍ଆରସି । ପେଥାଇ ବାତ୍ୟାକୁ ଦୃଷ୍ଟିରେ ରଖିଗଜପତି ଜିଲ୍ଲା ପ୍ରଶାସନ ୧୧୬୪୮ ଜଣ ଲୋକଙ୍କୁ ସ୍ଥାନାନ୍ତର କରା ଯାଇ ବାତ୍ୟା ଅଶ୍ରୟସ୍ଥଳୀରେ ରଖାଯାଇଛି। ୧୩୪୬୬ ଜଣ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନପ୍ରସ୍ତୁତ ଅଛି ବୋଲି କହିଛନ୍ତି ଜିଲ୍ଲାପାଳ । 

ଆନ୍ଧ୍ର ଉପକୂଳ କାକିନାଡାରେ ସ୍ଥଳଭାଗ ଛୁଇଁଛି ପେଥାଇ । ଫଳରେ ଏଠାରେ ପ୍ରବଳ ବର୍ଷା ସାଙ୍ଗକୁ ୭୦ରୁ ୮୦ କିଲୋମିଟର ବେଗରେପବନ ବହୁଛି । ସ୍ଥଳଭାଗ ଛୁଇଁବା ପରେ ଏହା ଅବପାତରେ ପରିଣତ ହୋଇଛି। ଧିରେ ଧିରେ ଏହା ଉତ୍ତର –ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି।  ଏବେ ଆନ୍ଧ୍ରପ୍ରଦେଶ ତାମିଲନାଡୁ ସମେତ ଓଡ଼ିଶା ଝାଡ଼ଖଣ୍ଡ ଛତିଶଗଡ଼ ଏବଂ ପଶ୍ଚିବଙ୍ଗରେ ଏହାର ପ୍ରଭାବ ଅନୁଭୂତ ହେଉଛି। ପେଥାଇ ଯୋଗୁଁ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ପେଥାଇ ଗଲା ପରେ କ୍ଷୟକ୍ଷତିର ଯାହା କିଛି ଆକଳନ କରାଯିବ ।

   Related Posts