Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ପୁରୀରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି : ଖସିଲା ନୀଳଚକ୍ର ବାନା, ବଡଦାଣ୍ଡରେ ଆଣ୍ଠୁଏ ପାଣି

15/06/2020 at 12:26 PM

ପୁରୀ ୧୫।୦୬: ପୁରୀ ସହରରେ ଭୀଷଣ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା । ବଡ଼ଦାଣ୍ଡରେ ଆଣ୍ଠୁଏ ପାଣି । ସହରର ବିଭିନ୍ନ ଗଳିକନ୍ଦି ଏବ ତଳିଆ ଅଞ୍ଚଳରେ ପାଣି ଜମିଯାଇଛି । ସହରରେ ବର୍ଷା ପବନ ଲାଗି ରହିଛି । ରଥଖଳା ଜଳାର୍ଣ୍ଣବ ହୋଇଛି । ସେହିପରି ଶ୍ରୀମନ୍ଦିର ନୀଳଚକ୍ରରେ ବଜ୍ରପାତ ହୋଇଛି । ଏଥିରେ ନୀଳଚକ୍ରରୁ ବାନା ଓ ବାଉଁଶ ଖସିପଡ଼ିଛି ।

ବଜ୍ରାଘାତରେ ବାଉଁଶ ସହ ବାନା ତଳକୁ ଖସି ପଡିଛି । ତେବେ ଏଥିପାଇଁ କୌଣସି ନିତିକ୍ରାନ୍ତି ପ୍ରଭାବିତ ହୋଇନାହିଁ। ବିଭିନ୍ନ ସମୟରେ ବାନା ଉଡିଯିବା ନେଇ ନିଳଚକ୍ରରେ ବନ୍ଧାଯାଇଥିବା ଛୋଟ ବାନାଟି ରହିଛି। ଏଣୁ ବାନା ଉଡିଗଲେ ବି ନିତିକ୍ରାନ୍ତି ପୁର୍ବଭଳି ଚାଲିଛି ବୋଲି ବରିଷ୍ଠ ଦଇତାପତି ସେବାୟତ କହିଛନ୍ତି ।

 ସେପଟେ ପ୍ରବଳ ବର୍ଷା ଯୋଗୁଁ ବଡଦାଣ୍ଡର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଉଚ୍ଚାର ବର୍ଷା ଜଳ ଭାସିଥିଲା। ରଥଖଳାରେ ବର୍ଷା ପାଣି ଯୋଗୁଁ କାଠ ଉପରେ ପାଣି ଚାଲିଥିବା ବେଳେ ରଥ ପାଦଦେଶରେ ପାଣିର ସ୍ରୋତ ପ୍ରଖର ରହିଥିଲା। ବର୍ଷା ଯୋଗୁଁ କିଛି ଘଣ୍ଟା ରଥକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।ମାର୍କେଟ ଛକ, ବଳଗଣ୍ଡି, ମେଡ଼ିକାଲ ଛକ, ଗୁଣ୍ଡିଚା ମନ୍ଦିର  ନିକଟରେ ମଧ୍ୟ ବର୍ଷା ଜଳ ପ୍ରବାହିତ ହୋଇଥିବା ଦେଖାଯାଇଥିଲା।  

   Related Posts