Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପ୍ରବଳ ବର୍ଷା କେଉଁଠି ଭାସିଲା ତ କେଉଁଠି ଧସିଲା

24/10/2019 at 7:12 PM

ଭୁବନେଶ୍ୱର ୨୪।୧୦ -କୋଉଠି ଧସିଲା, କୋଉଠି ଭାସିଲା, ପୁଣି କୋଉଠି ମୋଡ଼ିମାଡ଼ି ଫୋପାଡ଼ି ଦେଲା । ଲଘୁଚାପ ଜନିତ ଲଗାଣ ବର୍ଷାରେ ଅଧା ଓଡ଼ିଶା ଅସ୍ତବ୍ୟସ୍ତ । ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ତିପିସିଂ-କୁଲମ୍‌ ମଧ୍ୟରେ ପାହାଡ଼ ଧସିବାରୁ ୨୦ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ରାୟଗଡ଼ା ଗୁଣୁପୁର ରେଜିଙ୍ଗତାଲ ଗାଁ ନିକଟ ପାହାଡ଼ରୁ ବିରାଟକାୟ ପଥର ଖସି ରାସ୍ତା ଅବରୋଧ କରିଛି । ସେହିଭଳି ଭଦ୍ରକ ଚାନ୍ଦବାଲିରେ ଘୂର୍ଣ୍ଣିଝଡ଼  ଯୋଗୁଁ ଗଛ ଇଲେକ୍ଟ୍ରିକ୍‌ ପୋଲ, ଟ୍ରାନ୍‌ସ୍‌ଫର୍ମରଗୁଡ଼ିକ ତଳେ ଲୋଟିଛି । ପୁରୀଠୁ ବ୍ରହ୍ମପୁର ସବୁଠି ହାଲ ବେହାଲ କରିଛି ଲଗାଣ ବର୍ଷା ।….

ପ୍ରଶାସନର ସବୁ ଅଙ୍କ ବିଗାଡ଼ିଲା । ପାଣିପାଗ ବିଭାଗ ଆକଳନଠୁ ବି ବଳିଗଲା । ଲଘୁଚାପ ଜନିତ ଲଗାଣ ବର୍ଷାରେ ଅଧା ଓଡ଼ିଶା ଅସ୍ତବ୍ୟସ୍ତ । କୋଉଠି ଧସିଲା, କୋଉଠି ଭାସିଲା, ପୁଣି କୋଉଠି ମୋଡ଼ିମାଡ଼ି ଫୋପାଡ଼ି ଦେଲା । ଲଗାଣ ବର୍ଷାରେ ରାୟଗଡ଼ା ଗୁଣୁପୁର ରେଜିଙ୍ଗତାଲ ଗାଁ ନିକଟ ପାହାଡ଼ରୁ କେମିତି ବିରାଟକାୟ ପଥର ଖସି ରାସ୍ତା ଅବରୋଧ କରିଛି, ଦେଖନ୍ତୁ ନ୍ୟୁଜ୍‌ ସେଭେନ୍‌ରେ ତା’ର ଲାଇଭ୍‌ ଚିତ୍ର । ରାସ୍ତା ଅବରୋଧ ଯୋଗୁଁ ପୁଟାସିଙ୍ଗ ଠାରୁ ଗୁଣୁପୁର ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି ।

ଗଜପତି ଜିଲ୍ଲା ଗୁମ୍ଭା ବ୍ଲକର ତିପିସିଂ କୁଲମ ମଧ୍ୟରେ ପାହାଡ଼ ଧସିବାରୁ ୨୦ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଏଥି ସହ ୬୦ରୁ ଅଧିକ ଘର ଆଂଶିକ ନଷ୍ଟ ହୋଇଛି । ଘର ଭାଙ୍ଗିବା ଯୋଗୁଁ ଲୋକେ ନିରାଶ୍ରୟ ହୋଇପଡ଼ିଛନ୍ତି । ପିଲାଛୁଆ ସହ ବାହାରେ ବର୍ଷାରେ ଭିଜିବାକୁ ଏକରକମ ବାଧ୍ୟ ହୋଇଛନ୍ତି ସେମାନେ ।

ସେହିଭଳି ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା । ଜିଲ୍ଲାର ସାନଖେମୁଣ୍ଡିରେ ସ୍ଥିତି ସଂଗୀନ । ହଜାର ହଜାର ଚାଷ ଜମି ଜଳମଗ୍ନ ହୋଇଥିବାରୁ ଚିନ୍ତାରେ ଚାଷୀ । ସେପଟେ ଘୋଡ଼ାହାଡ଼ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଆସିକା-ଦିଗପହଣ୍ଡି ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ପାଟପୁରରେ ବୁଧେଶ୍ବର ମନ୍ଦିର ନିକଟ ପୋଚକା ନାଳ ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ଧୋଇଯାଇଛି । ପ୍ରବଳ ବର୍ଷାରେ ବେହାଲ ହୋଇଛି ବ୍ରହ୍ମପୁର ସହର । ସହରର ତଳି ଅଂଚଳରେ ଘରେ ଘରେ ପଶିଛି ନର୍ଦ୍ଦମା ପାଣି । ଆଣ୍ଠୁଏ ଆଣ୍ଠୁଏ ମଇଳା ପାଣିରେ ବୁଡ଼ିଯାଇଛି ଘରର ଆସବାବପତ୍ର । ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି ।

ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଲଗାଣ ବର୍ଷାର ବିତ୍ପାତ ଦେଖିବାକୁ ମିଳିଛି । ବଡ଼ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ସେହିଭଳି ଡାକ୍ତରଖାନା ଛକ, ବଳଗଣ୍ଡି ଛକ, ମାର୍କେଟ ଛକ ସବୁଠି  ଜମିରହିଛି ପାଣି । ସହର ତଳି ଅଂଚଳ ଜଳମଗ୍ନ ହୋଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଭିନ୍ନ ବସ୍ତିରେ ମୋଟର ପମ୍ପ ଲଗାଇ ଜଳ ନିସ୍କାସନ ପାଇଁ ଉଦ୍ୟମ କରାଯାଉଛି ।   ଓ୍ବେଲମାର୍କ ଲୋପ୍ରେସର ଯୋଗୁଁ ପୁରୀରେ ସମୁଦ୍ର ଅଶାନ୍ତ ରହିଛି । ସମୁଦ୍ରକୂଳରେ ରେଡ୍‌ ପ୍ଲାଗ୍‌ ଲଗାଯିବା ସହ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ବେଳାଭୂମିରେ ଲାଇଫଗାର୍ଡ଼ ଓ ଆଗ୍ନିକଙ୍କୁ ମୁତୟନ କରାଯାଇଛି ।

ଚାରିଆଡ଼େ ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇଥିବା ବେଳେ ଭଦ୍ରକ ଚାନ୍ଦବାଲିରେ କିନ୍ତୁ ଘୂର୍ଣ୍ଣିଝଡ଼ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ବଡ଼ ବଡ଼ ଗଛ, ଇଲେକ୍ଟ୍ରିକ୍‌ ପୋଲ, ଟ୍ରାନ୍‌ସଫରମର ସବୁ ମାଟିରେ ଲୋଟିଛି । ଚାଳ ଛପର ଉଡ଼ିଯାଇଥିବାରୁ ଲୋକେ ବର୍ଷାରେ ଭିଜିବାକୁ ବାଧ୍ୟ ହୋଇଛନ୍ତି ।

ସେପଟେ ବ୍ରହ୍ମଗିରି ଅଲାରନାଥ ମନ୍ଦିରରେ ଲହଡ଼ି ଭାଙ୍ଗୁଛି ପାଣି । ମନ୍ଦିରର ଗର୍ଭଗୃହ କଳାହାଟ ଦ୍ବାର ଉପରୁ ପାଣି ଗଳୁଛି । ମହାପ୍ରଭୁଙ୍କ କାର୍ତ୍ତିକ ମାସ ପବିତ୍ର ଏକାଦଶୀ ଯାତ୍ରା ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି । ଏହି ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।

କେନ୍ଦ୍ରାପଡ଼ାରେ ମଧ୍ୟ ଗଲା କାଲି ଠାରୁ ଲଗାଣ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି । ଆଜି ସହରର ଅଧିକାଂଶ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା । ତଳି ଅଂଚଳ ଜଳମଗ୍ନ ହୋଇଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି ।

ବର୍ଷା ବିତ୍ପାତ ଅଧା ଓଡ଼ିଶାକୁ ବେହାଲ କରିଛି । ତଳି ଅଂଚଳରୁ ବର୍ଷାଜଳ ନିସ୍କାସନ ସମସ୍ୟା ହୋଇଥିବା ବେଳେ ବିଭିନ୍ନ ଅଂଚଳରେ ଘରେ ନର୍ଦମା ପାଣି ପଶିବାରୁ ଲୋକେ ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

   Related Posts