Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଆଗକୁ ଆହୁରି ବଢ଼ିବ ବର୍ଷା : ଆଜିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବା ଆଶଙ୍କା , ମାଲକାନଗିରି ରାସ୍ତା ଉପରେ ଚାଲୁଛି ତିନିଫୁଟ ପାଣି

29/07/2019 at 9:08 AM

ଭୁବନେଶ୍ବର ୨୯/୭: ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଲଗାଣ  ବର୍ଷା । ଗୋଟିଏ ଲଘୁଚାପ ପ୍ରଭାବରେ ବର୍ଷା ହେଉଥିବା ବେଳେ ଜୁଲାଇ ୩୧ ପୂର୍ବରୁ ଆଉ ଏକ ଲଘୁଚାପ ସୃଷ୍ଟି ହେବ ।  ଫଳରେ ଆସନ୍ତା ସପ୍ତାହ ଯାଏଁ ରାଜ୍ୟର ଅନେକ ଅଞ୍ଚଳରେ ଲଗାଣ ବର୍ଷା ହୋଇପାରେ ।ଏପରିକି ୨୯ ଓ ୩୦ ତାରିଖ ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ।ମାଲକାନଗିରି ଓ କାଲିମେଳାକୁ ସଂଯୋଗ କରୁଥିବା କାଙ୍ଗୁରକୋଣ୍ଡା ପୋଲ ଉପରେ ଚାଲିଛି ୩ ଫୁଟ୍ ଉଚ୍ଚରେ ପାଣି ।କାଲିମେଳା ଓ ମୋଟୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ।ରାସ୍ତାର ଦୁଇ ପରେ ଅଟକି ରହିଛି ବହୁ ସଂଖ୍ୟାରେ ଗାଡ଼ି ।ସାବେରୀ ଓ ସିଲେରୁ ନଦୀରେ ଜଳପତ୍ତନ ବୃଦ୍ଧି ପାଉଥିବାରୁ ଜିଲ୍ଲାରେ ପୁଣିଥରେ ବନ୍ୟା ଆଶଙ୍କା ଦେଖାଦେଇଛି ।ସ୍ଥିତିକୁ ଦେଖି ପ୍ରଶାସନ ତତ୍ପର ହେବା ସହିତ ଜିଲ୍ଲାର ୭ଟି ଯାକ ବ୍ଲକ୍ର ବିଡିଓଙ୍କୁ ଆଲର୍ଟ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ମୌସୁମୀ ଜନିତ ବର୍ଷାର ପରିମାଣ କମ୍ ଥିଲେ ମଧ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ସପ୍ତାହରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ଅନୁମାନ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।ସେହିପରି କଟକ, ପୁରୀ, ଜଗତସିଂହପୁର, ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୪୮ ଘଣ୍ଟା ପରେ ମୟୁରଭଞ୍ଜ, କୋରାପୁଟ, ନୂଆପଡ଼ା, କଳାହାଣ୍ଡି, ସମ୍ବଲପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ସ୍ବାଭାବିକ ଠାରୁ ୨୬ ପ୍ରତିଶତ କମ୍ ବର୍ଷା ହୋଇଛି ।ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୪୮ ପ୍ରତିଶତ କମ୍ ବର୍ଷା ହୋଇଛି ।ହିରାକୁଦ ଜଳଭଣ୍ଡାରରେ ଜଳସ୍ତର ୫୯୮. ୪୧ ଫୁଟ୍ ରହିଛି ।ଛତିଶଗଡ଼ ସରକାର କଲମା ଓ କାଲୋ ବ୍ୟାରେଜର ସବୁ ଗେଟ୍ ବନ୍ଦ କରିଦେଇଥିବାରୁ ଜଳପ୍ରବାହ କମିଯାଇଛି ।ଏପରି ସ୍ଥିତି ଲାଗିରହିଲେ ଆଗାମୀ ଦିନରେ ଜଳବିଦ୍ୟୁତ କେନ୍ଦ୍ରର ୭ଟି ଟରବାଇନ୍ ବନ୍ଦ କରାଯିବ ।

   Related Posts