Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ପ୍ରବଳ ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ

25/06/2018 at 9:49 AM

ବର୍ଷାରେ ଉବୁଟୁବୁ ମାୟାନଗରୀ ମୁମ୍ବାଇ | ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମିରହିଛି | ଜନଜୀବନ ଅସ୍ତଵ୍ୟସ୍ତ ହୋଇପଡିଛି | ଲୋକାଲ ଟ୍ରେନ ମଧ୍ୟ ବିଳମ୍ବରେ ଚାଲିଛି ଯାହାକି ସବୁଠୁ ବେଶୀ ପ୍ରଭାବିତ କରିଛି ମୁମ୍ବାଇବାସୀଙ୍କୁ | ଜାତୀୟ ରାଜପଥଠୁ ଗଳିକନ୍ଦି ରାସ୍ତା ସବୁଠି ନାହିଁନଥିବା ଟ୍ରାଫିକ୍ ଜାମ୍ ହୋଇ ରହିଛି | ଶନିବାର ଆରମ୍ଭ ହୋଇଥିବା ବର୍ଷାରେ ପୁରା ମୁମ୍ବାଇ ବେହାଲ ହୋଇପଡିଛି | ନିର୍ମାଣାଧୀନ ଏକ କୋଠା ଭାଙ୍ଗିଯିବା ଫଳରେ ୭ ଟି କାର ଦବି ଯାଇଛି | କାନ୍ଥ ଭାଙ୍ଗିବା ଫଳରେ ମାଟି ଧସି ଯାଇଛି ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି | ଗତକାଲି ସନ୍ଧ୍ୟାରେ ଗଛ ପଡି ୨ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି |
ବର୍ଷା ଜନିତ ସ୍ଥିତି ମୁକାବିଲା କରିବା ନେଇ ମୁମ୍ବାଇ ମହାନଗର ପାଳିକା ଉପରେ ପ୍ରଶ୍ନ ଉଠିଛି | ସହରର ସ୍କୁଲ ଓ କଲେଜରେ ଛୁଟି ଘୋଷଣା କରିଦିଆଯାଇଛି | ଆହୁରି ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ନେଇ ସ୍ଥିତି ଗମ୍ଭୀର ହୋଇପଡିଛି |

   Related Posts