Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

ବର୍ଷାରେ ଉବୁଟୁବୁ ମାୟନଗରୀ ମୁମ୍ବାଇ : ଟ୍ରାଫିକ ଯାମ, ଯାତାୟାତ ବାଧାପ୍ରାପ୍ତ

28/06/2019 at 12:07 PM

ମୁମ୍ବାଇ ୨୮/୬ : ମହାରାଷ୍ଟ୍ର ଛୁଇଁଛି ମୌସୁମୀ । ଆଜି ସକାଳୁ ମାୟନଗରୀ ମୁମ୍ବାଇ ଏବଂ ଏହାର ଆଖପାଖ ଅଂଚଳରେ ଭୀଷଣ ବର୍ଷା ହୋଇଛି । ଏହା ଏଥର ପ୍ରଥମ ବର୍ଷା । ବର୍ଷା ଯୋଗୁଁ ମୁମ୍ବଇବସିଙ୍କୁ ଗରମରୁ ତ୍ରାହି ମିଳିଛି । ବର୍ଷା ଯୋଗୁଁ ଅନେକ ଅଂଚଳ ଜଳମଗ୍ନ ହୋଇଯାଇଛି । ଫଳରେ ରାସ୍ତାରେ ଗାଡି ମଟର ନଯାଇ ପରି ଅଟକି ରହିଛି । ଅନେକ ଜାଗାରେ ଟ୍ରାଫିକ ସମସ୍ୟା ଦେଖାଦେଇଛି । ବର୍ତ୍ତମାନ ମୁମ୍ବାଇର ତାପମାତ୍ରା ୨୭ ଡିଗ୍ରୀ ରହିଛି । ମୁମ୍ବାଇର ଅଂଧେରୀ, ଧାରାବୀ, ବସାଇ, କାନ୍ଦିବଲି, ବୋରିବଲି ସମେତ ଅନେକ ଅଂଚଳ ଜଳମଗ୍ନ ହୋଇଛି ।

ଗୁରୁବାର ଦିନ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୧୦୦ ମିଲି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିଲା । ଜୁଲାଇ ପ୍ରଥମ ସପ୍ତାହରେ ମୌସୁମୀ ଦିଲ୍ଲୀ ପହଞ୍ଚିପାରେ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା କିଛି ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ମୁମ୍ବାଇ ବିମାନବନ୍ଦର ନିକଟରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଫଳରେ ବିମାନବନ୍ଦର ପାଖରେ ବହିଯିବିଲିଟି ୭୦୦ ମିଟର ପାଖାପାଖି ରହିଛି । ଯେଉଁଥିପାଇଁ ବିମାନ ଉଡାନାରେ ସମସ୍ୟା ସୃଷ୍ଟି ହେଉଛି । ଘଣ୍ଟାକୁ ୪୦ କିମି ବେଗରେ ପବନ ବୋହୁଛି ।

ସାଧାରଣ ଜନତା ମୁମ୍ବାଇ ବର୍ଷାର ଫଟୋ ଏବଂ ବିଡ଼ିଓ ରେକଡିଂ କରି ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

   Related Posts