Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||
  • ଢେଙ୍କାନାଳ : ବିକ୍ରି କରୁଥିଲେ ବାରହା ମାଂସ, ୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
  • ||
  • ଅନୁଗୋଳ : ରେଙ୍ଗାଳି ଡ୍ୟାମ୍‌ରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • କରଞ୍ଜିଆ : ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର, ମେଡିକାଲରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ, ଅଗଷ୍ଟ ୯ରୁ ଆରମ୍ଭ ହେବ ପାଠପଢା
  • ||

ମୁମ୍ବାଇରେ ବର୍ଷା ବିତ୍ପାତ, ବଢିଲା ବନ୍ୟା ଆଶଙ୍କା, ହସ୍ପିଟାଲରେ ପଶିଲା ପାଣି

5/08/2020 at 9:31 PM

ମୁମ୍ବାଇ, ୦୫|୦୮:ବୁଧବାର ମହାରାଷ୍ଟ୍ରର ମୁମ୍ବାଇ, ଠାଣେ ଏବଂ ପାଲଘରରେ ବର୍ଷା ବିତ୍ପାତ୍ତ ରଚିଛି । ମୁମ୍ବାଇର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଏପରିକି ଅନେକ ସ୍ଥାନରେ ପାଣି ମଧ୍ୟ ଭରି ଯାଇଛି ।ରାସ୍ତାଘାଟରେ ମଧ୍ୟ ପାଣି ଲହଡି ଭାଙ୍ଗୁଛି । ସେହିପରି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ବିଭିନ୍ନ ଅଞ୍ଚଳ ପାଇଁ ଆଲର୍ଟ ଜାରି କରିଛି ।

ଦେଶର ଆର୍ଥିକ ରାଜଧାନୀର ବିଭିନ୍ନ ରାସ୍ତାରେ ବଡ ବଡ ଗଛ ଭାଙ୍ଗି ପଡିଛି । କେଇଏମ ହସ୍ପିଟାଲ ଆଗରେ ପାଣି ଜମି ରହିଛି । ଏପରିକି ବଡ ବଡ ଗଛ ମଧ୍ୟ ଉପୁଡି ଯାଇଛି । ଫଳରେ ମାୟା ନଗରୀରେ ୨୦୦୫ ଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ରହିଛି । ଏପରିକି ଦକ୍ଷିଣ ମୁମ୍ବାଇର କୋଲାବାରେ ଘଣ୍ଟା ପ୍ରତି ୧୦୭ କିମି ବେଗରେ ପବନ ବୋହୁଛି ।  

ବର୍ଷାକୁ ନଜରରେ ରଖି କିଛି ଲୋକାଲ ଟ୍ରେନ ସେବା ବାତିଲ କରାଯାଇଛି  । ମୁମ୍ବାଇ ସେଣ୍ଟ୍ରାଲ ଓ ଚର୍ଚ୍ଚ ଗେଟ ମଧ୍ୟରେ  ଚାଲୁଥିବା ଟ୍ରେନକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି । ଠାଣେ ଓ ପାଲଘରର ଅନେକ ରେଳ ଧାରଣା ଉପରେ ପାଣି ଜମି ରହିଛି । ସେହିପରି ଜେଜେ ହସ୍ପିଟାଲରେ ମଧ୍ୟ ପାଣି ପସିଯାଇଛି । ହସ୍ପିଟାଲର କର୍ମଚାରୀ ପାଣି ବାହାର କରିବାରେ ଲାଗି ପଡିଛନ୍ତି ।

ପାଣିପାଗ ବିଭାଗର କହିବାନୁସାରେ, ବୁଧବାର ସକାଳ ସାଢେ ୫ଟା ମଧ୍ୟରେ ୩୬୪ ମିମିର ବର୍ଷା ହୋଇଛି । ଠାଣେରେ ମଧ୍ୟ ୧୬୯ ମିମି ବର୍ଷା ରେକର୍ଡ ହୋଇଛି ।

   Related Posts