ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା, ଗାଁ ଦାଣ୍ଡ ଓ ଚାଷ ଜମିରେ ଜମି ରହିଛି ପାଣି

Published By : Prameya-News7 Bureau | August 20, 2020 IST

କେନ୍ଦ୍ରାପଡ଼ା ୨୦।୦୮: ଲଗାଣ ବର୍ଷା ଫଳରେ କେନ୍ଦ୍ରାପଡା ଜିଲ୍ଲାର ଅବସ୍ଥା ଶୋଚନୀୟ ହୋଇ ପଡିଛି। ଚାଷଜମିରେ ପାଣି ଜମି ରହିଥିବା ବେଳେ ଗାଁ ଗଣ୍ଡାରେ ବର୍ଷା ପାଣି ପଶି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପାଣି ଘେରରେ ରହିଛି। ବିଭାଗୀୟ ଯନ୍ତ୍ରୀ, ବିଭିନ୍ନ ବ୍ଲକ୍ ର ବିଡିଓ, ତହସିଲଦାରମାନଙ୍କୁ ନଦୀ ବନ୍ଧ ଅଂଚଳ ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜଳ ସମ୍ପଦ ବିଭାଗର ୧୬ ଗୋଟି ସେକ୍ସନ୍ ଅଫିସ କୁ ୨୪ ଘଂଟିଆ ଖୋଲା ରଖାଯାଇଛି।

{"id":317231,"sizeSlug":"large"}

ସେହିପରି କେନ୍ଦ୍ରାପଡା ପୌରାଚଂଳରେ ଲୋକେ ନାହିଁ ନଥିବା ଅବସ୍ଥା ଭୋଗ କରୁଛନ୍ତି। ବସ୍ତି ଅଚଂଳ ସମେତ ତଳି ଅଂଚଳରେ ପାଣି ଜମି ରହିଛି। କତେକ ସ୍ଥାନରେ ନର୍ଦ୍ଦମା ପାଣି ଉଛୁଳି ଲୋକମାନଙ୍କ ଘରେ ପଶିବାରେ ଲାଗିଛି। କେନ୍ଦ୍ରାପଡା ସହରର ଫକିରାବାଦ, ମନକରପୁର, ରଣପଡା, ଇଦଗା ମହଲ, ଜୟପୁରା, କଜଳା, ମହିପାଳ, ପ୍ରଭୃତି ଅଂଚଳରେ ଲୋକମାନଙ୍କ ଘରେ ପାଣି ପଶି ଯାଇଛି। ସହରର ବିଭିନ୍ନ ସ୍ଥାନରେ ପ୍ରାୟ ୧୨ଗୋଟି ପମ୍ପ୍ ଯୋଗେ ଜଳ ନିଷ୍କାସନ ଆରମ୍ଭ ହୋଇଛି।  

{"id":317232,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.