ଲଗାଣ ବର୍ଷା : ପୋଲ ଉପରେ ୩ ଫୁଟର ବର୍ଷା ପାଣି, ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | August 20, 2020 IST

କଳାହାଣ୍ଡି ୨୦।୦୮: ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଫଳରେ ହାତୀ ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଛି। ନଦୀରେ କୁଳ ଲଙ୍ଗୁଛି ବନ୍ୟା ପାଣି । ବିରିପୁର-ମାଟିଖାଲ ଗାଁ ରାସ୍ତା ଉପରେ ପାଣି ପ୍ରବାହିତ ।

{"id":317309,"sizeSlug":"large"}

ତେବେ ଏପରି ବର୍ଷା ଲାଗି ରହିଲେ ହାତୀ ନଦୀ କୁଳିଆ ୧୦ ଗାଁ ବନ୍ୟା ପାଣି ଘେରରେ ଆଶଙ୍କା ରହିଛି । କଲମପୁର ବ୍ଲକ ବିରିପୁର, ମାଟିଖାଲ, କରମେଲି, ଟେମରା ଜାମପଡା ପ୍ରମୁଖ ୧୦ ଗାଁକୁ ବନ୍ୟା ପାଣି ପଶିବାର ଆଶଙ୍କା ରହିଛି। କଲମପୁର ବ୍ଲକ ପ୍ରଶାସନ ଏଭଳି ପରିସ୍ଥିତି ଆସିଲେ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ସୁଚନା। ସେପଟେ ଜାତୀୟ ରାଜପଥ ବସୁଲ ହାଲେର ପୋଲ ଉପରେ ୩ ଫୁଟ ବର୍ଷା ପାଣି ପ୍ରବାହିତ ହୋଇଛି । ଧର୍ମଗଡ- ଭାବନୀପାଟଣା ମୁଖ୍ୟ ରାସ୍ତା ରେ ଯୋଗା ଯୋଗ ବିଚ୍ଛିନ୍ନ ରହିଛି । ସେହିପରି ଗାଡ଼ି ମଟର ଚଳାଚଳ ମଧ୍ୟ ବନ୍ଦ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.