Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପ୍ରଖର ପାଣି ସ୍ରୋତରେ ଭାସିଗଲେ ଯୁବକ, ଭିଡିଓ ଦେଖି ଲୋକେ ଭୟଭୀତ

14/10/2020 at 4:07 PM

ହାଇଦ୍ରାବାଦ ୧୪/୧୦ : ତେଲେଙ୍ଗାନାର ଅନେକ ସ୍ଥାନରେ ଲଗାତାର ବର୍ଷା ଯୋଗୁଁ ପାଖାପାଖି ୧୨ଜଣଙ୍କ ମୃତ୍ୟୁ ହୋଇଛି। ହାଇଦ୍ରାବାଦରେ ବର୍ଷା ତାଣ୍ଡବ ରଚିଛି। ଭୀଷଣ ବର୍ଷା ଯୋଗୁଁ ରାସ୍ତା ଓ ତଳିଆ ଅଞ୍ଚଳରେ ପାଣି ଭରି ଯାଇଥିଲା। ବର୍ଷାର ଅନେକ ଭିଡିଓ ସୋସିଆଲ ମିଡ଼ିଆ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ବର୍ଷାର ଭୟାବହତା ଦେଖିବାକୁ ମିଳିଛି। କେଉଁଠି ବର୍ଷା ପାଣିରେ ବାଇକ କାର ଭାସି ଯାଇଛି ତ ପୁଣି କେଉଁଠି ପାଣି ସ୍ରୋତ ମଣିଷଙ୍କୁ ଭସାଇ ନେଇଛି।

ଫଲକନୁମା ନିକଟରେ ବରକସର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ପ୍ରଖର ପାଣି ସ୍ରୋତରେ ଜଣେ ବ୍ୟକ୍ତି ଭାସି ଯାଉଥିବା ଦେଖିବାକୁ ମିଳିଛି। ତାଙ୍କୁ ଉଦ୍ଧାର କରିବାକୁ ବହୁତ ଚେଷ୍ଟା କରାଯାଇଛି। ବ୍ୟକ୍ତି ଜଣକ ଭାସି ଯାଉଥିବା ବେଳେ ରାସ୍ତାରେ ଥିବା ଏକ ଖୁଣ୍ଟକୁ ଧରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ପାଣି ସ୍ରୋତ ଏତେ ପ୍ରଖର ଥିଲା ଯେ ସେ ଖୁଣ୍ଟକୁ ଧରି ପାରିନାହାନ୍ତି, ତାଙ୍କ ହାତ ଖସି ଯାଇଛି। ଆଉ କିଛି ଲୋକ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ଅପିଲ କରୁଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି। ଏହାପରେ ତାଙ୍କୁ ବଂଚେଇବାକୁ ଟାୟାର ଦିଆଯାଇଥିଲା।

୩ ଦିନ ଧରି ଲଗାତାର ବର୍ଷା ଯୋଗୁଁ ପୁରା ସହର ଜଳମଗ୍ନ ହୋଇଛି। ବର୍ଷାର ଅନେକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ଯାହାକୁ ଦେଖି ଲୋକେ ଭୟଭୀତ ହୋଇଛନ୍ତି।

   Related Posts