କେରଳ ପରେ ହିମାଚଳ ପ୍ରଦେଶ
14/08/2018 at 6:27 AM

ହିମାଚଳ ପ୍ରଦେଶ ୧୪/୮ : କେରଳରେ ତାଣ୍ଡବ ରଚାଇବା ପରେ ଏବେ ହିମାଚଳ ପ୍ରଦେଶରେ ବିପର୍ଯ୍ୟୟ ସୃଷ୍ଟି କରିଛି ବର୍ଷା ବିତ୍ପାତ। ଲଗାଣ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେତୁ ରାଜ୍ୟବ୍ୟାପୀ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ଘଟି ୧୮ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆହୁରି ଅନେକ ମଧ୍ୟ ଆହତ ହୋଇଛନ୍ତି। ଲଗାଣ ବର୍ଷା ହେତୁ ଅନେକ ଜାତୀୟ ରାଜପଥରେ ଯାତାୟାତ ଓ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଚଣ୍ଡିଗଡ଼-ସିମ୍ ଲା ରାଜପଥକୁ ବିଭିନ୍ନ ସ୍ଥାନରେ ବନ୍ଦ କରି ଦିଆଯାଇଛି। କାଲ୍ କା-ସିମ୍ ଲା ରେଳପଥରେ ମଧ୍ୟ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେତୁ ଟ୍ରେନ୍ ଗୁଡ଼ିକୁ ବାତିଲ୍ କରି ଦିଆଯାଇଛି। କିନୌରରେ ରିସ୍ପା ପୋଲ ଭୁଶୁଡ଼ି ଭାସି ଯାଇଛି। ଆଜି ମଧ୍ୟ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି।