ଗଞ୍ଜାମ ଓ ବଲାଙ୍ଗୀରରେ ପ୍ରବଳ ବର୍ଷା : ଜନଜୀବନ ଅସ୍ତବ୍ୟସ୍ତ

Published By : Prameya-News7 Bureau | August 07, 2019 IST

ଗଂଜାମ ୭/୮: ଗଂଜାମ ସମେତ ବ୍ରହ୍ମପୁରରେ ଦୁଇ ଦିନ ହେଲା ଜାରି ରହିଛି ବର୍ଷା । ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ପାଣି ଜମି କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ବାହାନାନାଳରେ ଜଳ ନିଷ୍କାସନ ଠିକ୍ ଭାବେ ହୋଇନପାରି ପାଣି ଜମୁଥିବାରୁ ସ୍ଥାନୀୟବାସିନ୍ଦା ବିଭାଗୀୟ ଅଧିକାରୀଙ୍କୁ ଘେରିଥିଲେ।

{"id":141963,"width":572,"height":324}

ଦିଗପହଣ୍ଡିରେ ରାସ୍ତା ଘାଟ, ଗଳିକନ୍ଦିରେ ପାଣି ଜମି ରହିଛି। ସେପଟେ ସାନଖେମୁଣ୍ଡିରେ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭିତରେ ପାଣି ପଶି ରହିଛି। ସ୍କୁଲ କାର୍ଯ୍ୟାଳୟ, କ୍ଳାସ୍‌ରୁମ୍‌ରେ  ପାଣି ପଶିଥିବାରୁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସେମିତି ପାଣି ଘେରରେ ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ବର୍ଷା ଜାରି ରହିଲେ ଅବସ୍ଥା ସଙ୍ଗୀନ ହେବା ସମ୍ଭାବନା ରହିଛି।

{"id":141964}

ସେପଟେ ଅସରାଏ ବର୍ଷାରେ ବେହାଲ ବଲାଙ୍ଗୀର । ଏ ହେଉଛି ବଲାଙ୍ଗିର ୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ମହାଦେବ ମନ୍ଦିରର ଦୃଶ୍ୟ । ଡ୍ରେନରୁ ପାଣି ଉଛୁଳି ପଶିଛି ମନ୍ଦିର ଭିତରେ । ଗମ୍ଭିରା ଭିତରକୁ ବି ପଶିଛି ପାଣି । ପାଣି ଯିବା ପାଇଁ ବାଟ ନଥିବାରୁ ବର୍ଷା ପାଣିରେ ବୁଡି ରହିଛି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପଟ । ତହସିଲ କାର୍ଯ୍ୟାଳୟ, ପୌରପରିଷଦ କାର୍ଯ୍ୟାଳୟ ପାଖ , ଓ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଭିତରେ ମଧ୍ୟ ପଶିଛି ପାଣି ।

{"id":141965}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.