ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ; ମୋହନା ଅଠରନଳା ପୋଲ ଉପରେ ୫ଫୁଟର ପାଣି ପ୍ରବାହିତ

Published By : Prameya-News7 Bureau | October 12, 2018 IST

ଗଜପତି ୧୨|୧୦: ଗଜପତି ଜିଲ୍ଲା ମୋହନାର ବିଭିନ୍ନ ସ୍ଥାନରେ ତିତଲିର ପ୍ରଭାବ ଦେଖିବାକୁ ମିଳିଛି । ପ୍ରବଳ ପବନ ସହ ବର୍ଷା ଯୋଗୁଁ  ବିଭିନ୍ନ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି । ଜିଲ୍ଲାର ଚନ୍ଦ୍ରଗିରି, ଚାନ୍ଦିପୁଟ, ଲୁହାଗୁଡିରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଫଳରେ ମୋହନା‐ପାରଳାଖେମୁଣ୍ଡି ଯାତାୟତ ବାଧାପ୍ରାପ୍ତ ହୋଇଛି । ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ବଡ ବଡ ଗଛ ମଧ୍ୟ ଉପୁଡିପଡିଥିବା ଦେଖିବାକୁ ମିଳିଛି ।  ମୋହନା ନିକଟସ୍ଥ ଅଠରନଳା ପୋଲ ବିପଦରେ ରହିଛି । ଅଠରନଳା ପୋଲ ଉପରେ ୫ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ମୋହନା ଓ ଅନ୍ତରବା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଯାଇଛି ।  ପୋଲ ଅପରପାର୍ଶରେ ଥିବା ୮ଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।  ଜରୁରୀ କାମରେ ଲୋକେ ବିପଦ ସଂକୁଳ ଅବସ୍ଥାରେ ଅଠରନଳା ପୋଲ ଉପରେ ଆସୁଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.