Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ପ୍ରବଳ ବର୍ଷା ଯୋଗୁଁ ବେହାଲ ଦିଲ୍ଲୀ : ବିହାରର ୮ ଟି ଜିଲ୍ଲାର ଲକ୍ଷାଧିକ ଲୋକ ପ୍ରଭାବିତ, କାଜିରଙ୍ଗା ପାର୍କରେ ୯ଟି ଗଣ୍ଡା ସମେତ ୧୦୮ ଜୀବଜନ୍ତୁଙ୍କ ମୃତ୍ୟୁ

19/07/2020 at 7:33 PM

ନୂଆଦିଲ୍ଲୀ ୧୯/୦୭ : ରାଜଧାନୀ ଦିଲ୍ଲୀ ସମେତ ପୁରା ଏନସିଆରେ ପ୍ରବଳ ବର୍ଷା ଯୋଗୁଁ ହାଲ ବେହାଲ। ଲଗାଣ ବର୍ଷାରେ ଦିଲ୍ଲୀରେ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଦିଲ୍ଲୀର ମିଣ୍ଟୋ ରୋଡ ଅଞ୍ଚଳରେ ଥିବା ଅଣ୍ଡରପାସ୍ ଦେଇ ଯାଉଥିବା ଡିଟିସି ବସ୍ ପାଣିରେ ବୁଡ଼ି ଯାଇଥିବା ଦେଖିବାକୁ ମିଳିଥିଲା। ITO ଇଲାକାରେ ଗୋଟିଏ ଦୁଇ ମହଲା କୋଠା ଭୁଷୁଡି ପଡିଛି । ଦିଲ୍ଲୀ ସମେତ ଉତ୍ତରପ୍ରଦେଶ, ବିହାର, ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ସେପଟେ ଆସାମରେ ବି ବନ୍ୟା ସ୍ଥିତି ସଂଗୀନ । କାଜିରଙ୍ଗା ପାର୍କରେ ବନ୍ୟାଜଳ ମାଡିଯିବାରୁ ୯ଟି ଗଣ୍ଡା ସମେତ ୧୦୮ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଛି।….

ଭାସିଯାଉଛି ଦୁଇ ମହଲାର କୋଠା । ବୁଡି ଯାଉଛି ବସ୍ । ଏ ହେଉଛି ଦିଲ୍ଲୀର ହାଲ୍ । ଦିଲ୍ଲୀ-ଏନସିଆରରେ ଲଗାଣ ବର୍ଷା ଯୋଗୁଁ ଅନେକ ଇଲାକାରେ ପାଣି ଭର୍ତ୍ତି ହୋଇ ଯାଇଛି । ଦିଲ୍ଲୀର ମିଣ୍ଟୋ ରୋଡ ଅଞ୍ଚଳରେ ଥିବା ଅଣ୍ଡରପାସ୍ ଜଳବନ୍ଦୀ ହୋଇଯିବାରୁ ସେହି ରାସ୍ତାରେ ଯାଉଥିବା ଡିଟିସି ବସ୍ ପାଣିରେ ବୁଡ଼ି ଯାଇଛି । ବସ ଭିତରେ କୌଣସି ଯାତ୍ରୀ ନଥିବା ବେଳେ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଦୁହିଁଙ୍କୁ ନିଶୁଣି ଲଗାଇ ଉଦ୍ଧାର କରାଯାଇଛି । ସେହିଭଳି ପାଣିରେ ବୁଡି ରହିଥିବା ବସ ନିକଟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଲଗାଣ ବର୍ଷାରେ ଦିଲ୍ଲୀର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇରହିଛି । ଲୋକଙ୍କ ଘରେ ପାଣି ପଶିଯାଇଛି । ଏ ହେଉଛି ଦିଲ୍ଲୀ ITO ଇଲାକାର ଦୃଶ୍ୟ । ବର୍ଷା ପାଣି ଏତ ମାତ୍ରାରେ ପ୍ରବାହିତ ହୋଇଛି ଯେ ଏଥିରେ ଗୋଟିଏ ଦୁଇ ମହଲା କୋଠା ଭୁଷୁଡି ପାଣିରେ ଭାସିଯାଇଛି । ଦିଲ୍ଲୀର ବିଜ୍ଞାନ ଭବନ ନିକଟରେ ବଡ ବଡ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି ।

ଦିଲ୍ଲୀ ସମେତ ଉତ୍ତରପ୍ରଦେଶ, ବିହାର, ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । କାଲି ରାତିସାରା ପିଥୋରାଗଡରେ ପ୍ରବଳ ବର୍ଷାଯୋଗୁ ଗୋରି ନଦୀରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାଜଳରେ ଛୋରିବଗର ଗାଁର ୫ଟି ଘର ଧୋଇଯାଇଥିବାବେଳେ ଅନେକ ଗୃହପାଳିତ ପଶୁ ଭାସି ଯାଇଛନ୍ତି। ସେପଟେ ବିହାରର ପାଟଣାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ୮ ଟି ଜିଲ୍ଲାର ୩୦ ବ୍ଲକର ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆସାମ । ଏଠାରେ ୨୭ ଜିଲ୍ଲାର ୪୦ ଲୋକ ଲୋକ ପ୍ରଭାବିତ ହୋଇଛନ୍ତି ।

ଏପର୍ଯ୍ୟନ୍ତ ୭୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କାଜିରଙ୍ଗା ନ୍ୟାସନାଲ ପାର୍କର ସ୍ଥିତି ବହୁତ ଖରାପ ରହିଛି। କାଜିରଙ୍ଗାରେ ୯ଟି ଗଣ୍ଡା ସମେତ ୧୦୮ ବିଭିନ୍ନ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଛି। ବନ୍ୟାଜଳ ଘେରରେ ଥିବା ୧୩୬ ଜୀବଜନ୍ତୁଙ୍କୁ ଉଦ୍ଧାର କରାଯାଇଛି। କାଜିରଙ୍ଗାରେ ଏକ ଛୁଆ ଗଣ୍ଡାଙ୍କୁ କାଜିରଙ୍ଗାର କର୍ମଚୀରୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରୁଛନ୍ତି। ଆଉ ଏକ ଗଣ୍ଡା ହାଲିଆ ହୋଇ ଆସି ରାସ୍ତାରେ ଶୋଇପଡିଛି ।

ପାଣିପାଗ ବିଭାଗର ସୂଚନାନୁସାରେ, ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଫଳରେ ୨୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଓ ଏହାର ଆଖପାଖ ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିବ ।

   Related Posts