ଲଗାଣ ବର୍ଷାରେ ବେହାଲ ପୌରାଞ୍ଚଳ ବାସୀ, ଘରେ ଘରେ ପଶିଯାଇଛି ପାଣି

Published By : Prameya-News7 Bureau | August 05, 2020 IST

ଭଦ୍ରକ ୦୫।୦୮: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି।  ଭଦ୍ରକ ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଜାରି ରହିଛି । ଜିଲ୍ଲାରେ ୫୩୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ  ଲଗାଣ ବର୍ଷାରେ ଭଦ୍ରକ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ପଣି ଜମି ରହିଛି । ପୌରାଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୬ ନମ୍ବର ୱାର୍ଡ ମଠସାହି ଠାରେ ମଧ୍ୟ ସମାନ ଅବସ୍ଥା । କେତେକ ବାସିନ୍ଦାଙ୍କ ଘରେ ମଧ୍ୟ ପାଣି ପଶିଯାଇଛି । କେତେକ ବାସିନ୍ଦା ଘରୁ ପାଣି ବାହାର କରୁଛନ୍ତି । ତେବେ ବିଭିନ୍ନ ସ୍ଥାନରେ ନାଳ ନର୍ଦ୍ଦମା ଗୁଡିକ ଜାମ ହୋଇଥିବାରୁ ଏମିତି ଅବସ୍ଥା ସୃଷ୍ଠି ହୋଇଛି ।

ଭଦ୍ରକ ଜିଲ୍ଲାର ୭ ଟି ବ୍ଲକରେ ପ୍ରବଳ ବର୍ଷା ହୋଇଛି । ଯେପରି ଭଦ୍ରକ ବ୍ଲକରେ ୬୯ ମିଲିମିଟର , ଭଣ୍ଡାରିପୋଖରୀ ବ୍ଲକରେ ୪୦ ମିଲିମିଟର , ବନ୍ତରେ ୪୮ ମିଲିମିଟର , ଚାନ୍ଦବାଲିରେ ୯୨ ମିଲିମିଟର , ଧାମନଗର ବ୍ଲକରେ ୪୦ ମିଲିମିଟର , ବାସୁଦେବପୁର ବ୍ଲକରେ ୧୧୭ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ତିହିଡି ବ୍ଲକରେ ସର୍ବାଧିକ ୧୩୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏନେଇ ଜିଲ୍ଲାପ୍ରଶାସନ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.