ବର୍ଷାରେ ବେହାଲ ଭଦ୍ରକ : ଅନେକ ଅଞ୍ଚଳରେ ପଶିଲା ପାଣି, ଚାଷ ଜମି ଜଳମଗ୍ନ

Published By : Prameya-News7 Bureau | August 26, 2020 IST

ଭଦ୍ରକ ୨୬।୦୮:   ଲଘୁଚାପ ଜନିତ ବର୍ଷାରେ ବେହାଲ ଭଦ୍ରକ । ଜିଲ୍ଲା ବିଭିନ୍ନ ବ୍ଲକ ଅଞ୍ଚଳରେ ବର୍ଷା ଲାଗି ରହିଛି । ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ଅଞ୍ଚଳ ରେ ବର୍ଷା ପାଣି ପାଇଁ ଜନବସତି ଜଳାର୍ଣବ ହୋଇଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଅନେକ ଲୋକ ପାଣିଘରରେ ରହିଥିବା ଜଣାପଡିଛି । ଅନେକ ଚାଷଜମି ମଧ୍ୟ ପାଣିଘରେ ରହିଛି ।

{"id":320199,"sizeSlug":"large"}

ଲଗାଣ ବର୍ଷା ଲାଗି ବୈତରଣୀ ନଦୀରେ ଜଳସ୍ଥର ବୃଦ୍ଧି ପାଉଛି । ଆଖୁଆପଦା ଅନିକଟ ଠାରେ ବିପଦ ସଂକେତ ୧୭.୮୩ ହୋଇଥିବା ବେଳେ ଜଳସ୍ଥର ୧୭.୪୩ ରେ ପହଁଚିଛି । ଚାଷ ଜମି ଗୁଡିକ ରେ ମଧ୍ୟ ବର୍ଷା ପାଣି ଜମି ରହିଛି । ପ୍ରଶାସନ ର ରିପୋର୍ଟ ଅନୁଯାୟୀ ଜିଲ୍ଲା ରେ ୮୧୯.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ୭ ବ୍ଲକରେ ହାରାହାରି ୧୧୭ .୦୨ ମିଲିମିଟର ବର୍ଷା ହୋଇଛି । ଭଦ୍ରକ ବ୍ଲକ ରେ ୧୦୦.୨ , ଭଣ୍ଡାରିପୋଖରୀ ରେ ୧୩୮, ବାସୁଦେବପୁର ୧୫୮ , ବନ୍ତରେ ୧୦୬ , ଚାନ୍ଦବାଲି ୧୧୬.୬ ଧାମନଗର ୮୦ , ତିହିଡି ବ୍ଲକ ରେ  ୧୨୦.୪  ମିଲିମିଟର ବର୍ଷା ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.