Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲଗାଣ ବର୍ଷାରେ ବେହାଲ ବ୍ରହ୍ମପୁରର ଅବସ୍ଥା, ଲୋକେ ବାହାରିପାରୁ ନାହାନ୍ତି ଘରୁ

5/09/2019 at 4:23 PM

ବ୍ରହ୍ମପୁର୫|୯: ଲଗାଣ ବର୍ଷାରେ  ବ୍ରହ୍ମପୁର ବେହାଲ୍ । ଯୁଆଡ଼େ ଚାହିଁଲେ ଖାଲି ପାଣି ଏବଂ ପାଣି । ସୁବୁଦ୍ଧି କଲୋନୀ ହରିହରିନଗରେ ଡ୍ରେନ ପାଣି ଘରେ ପଶିଛି । ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ । ସେପଟେ ମହାନଗର ନିଗମ ରଖିଛି ଚିରାଚରିତ ପ୍ରତିକ୍ରିୟା ।

ବ୍ରହ୍ମପୁରରେ କାଚିଛି ବର୍ଷା । ଦେଖନ୍ତୁ ଲଗାଣ ବର୍ଷାରେ ସହରର ହାଲ୍ କେମିତି । ଘରୁ ବାହାରକୁ ବାହାରିଲେ କେବଳ ପାଣି ଆଉ ପାଣି । ପୁରା ଜଳବନ୍ଦୀ ହୋଇ ରହିଛନ୍ତି ଲୋକେ । କୃତ୍ରିମ ବନ୍ୟା ଯୋଗୁଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ସହରବାସୀ ।

ସହରର ୧୨ ନମ୍ବର ୱାର୍ଡ ସୁବୁଦ୍ଧି କଲୋନୀ ହରିହରନଗରେ ଡ୍ରେନ୍ ପାଣି ଘରେ  ପଶିଛି । ଇଂଜିନିୟରିଂ କଲେଜ୍ ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ଘର ଭିତରେ ପଶିଛି ପାଣି । ରାସ୍ତା ଉପରେ ଏମିତି ପାଣିରେ ଯାତାୟତ ପୁରା ଠପ୍ ।

ସହରର ଗାନ୍ଧିନଗର, ବି.ଏମ୍.ସି କାର୍ଯ୍ୟାଳୟ, ତୁଳସୀ ନଗର, ଗଜପତିନଗର, ଆସ୍କାରୋଡ୍, ହରିହରନଗର, ନଟବରନଗର, ଲୋଚାପଡା ରାସ୍ତା, ବ୍ୟାଙ୍କ୍ କଲୋନୀ ପ୍ରମୁଖ ଅଞ୍ଚଳରେ ପାଣି ଜମିଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି ।

ସଂକୀର୍ଣ୍ଣ ନାଳରେ ଆବଶ୍ୟକତା ଠାରୁ ଅଧିକ ପାଣି ଆସିଲେ ଜଳ ନିଷ୍କାସନ ହେବାକୁ ଟିକେ ଅଧିକ ସମୟ ଲାଗିଥାଏ। କେତେକ ସ୍ଥାନରେ ପ୍ରଶସ୍ଥ ନାଳ କାମ ଚାଲିଛି। କାମ ସରିଗଲେ ଆଉ ସମାସ୍ୟା ସୃଷ୍ଟି ହେବ ନାହିଁ ବୋଲି କହିଛନ୍ତି ବି.ଏମ୍.ସି କମିଶନର

   Related Posts