ଆଷାଢ଼ ଯାଇ ଶ୍ରାବଣ ହେଲାଣି କିନ୍ତୁ ବର୍ଷା ଖେଳୁଛି ଲୁଚକାଳି : ରାଜ୍ୟରେ ଆସନ୍ତା ତିନି ଦିନ ଧରି ହେବ ବର୍ଷା

Published By : Prameya-News7 Bureau | July 18, 2019 IST

ଭୁବନେଶ୍ବର୧୮|୭: ରାଜ୍ୟରେ ଆସନ୍ତା ତିନି ଦିନ ଧରି ହେବ ବର୍ଷା । ଉତ୍ତର - ପଶ୍ଚିମ ବଙ୍ଗପସାଗର ତଥା ଗାଙ୍ଗେଟିକ ଓ୍ବେଷ୍ଟ ବେଙ୍ଗଲରେ ଏକ ଘୁର୍ଣିବଳୟ ସୃଷ୍ଟି ହୋଇଛି । ତାରି ପ୍ରଭାବରେ ଉପକୂଳ ଓଡିଶା ସମତେ ଦକ୍ଷିଣ ଓଡିଶାରେ ବର୍ଷା ହେବ । ସେପଟେ ଚଳିତଥର ବର୍ଷାର ପରିମାଣ କମିଛି । ଯାହା ବର୍ତମାନ ଚାଷୀକୂଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

{"id":135117}

ଆଷାଢ଼ ଯାଇ ଶ୍ରାବଣ ହେଲାଣି କିନ୍ତୁ ବର୍ଷା ଖେଳୁଛି ଲୁଚକାଳି । ମୌସୁମୀ ଆଗମନ ପରେ ଯେତିକି ପରିମାଣରେ ବର୍ଷା ହେବା କଥା ହୋଇନାହିଁ ।  ଜୁଲାଇ ଦ୍ବିତୀୟ ସପ୍ତାହରେ ପାଖାପାଖି ୭୦ ପ୍ରତିଶତ କମ ବର୍ଷା ହୋଇଛି। ସେହିପରି ପୂର୍ବ ବର୍ଷ ତୁଳନାରେ ଜୁନ ମାସ ଶେଷ ସପ୍ତାହରେ ଚଳିତଥର ବର୍ଷା କମ ରେକର୍ଡ କରାଯାଇଛି । ଯାହା ବର୍ତମାନ ଚାଷୀକୂଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅପରପକ୍ଷରେ ଯଦି ଜିଲ୍ଲାଓ୍ବାରୀ ବର୍ଷାର ରେକର୍ଡ ଦେଖାଯାଏ ତେବେ ଉପକୂଳ ଓଡିଶା ସମେତ ଦକ୍ଷିଣ ଓଡିଶାର କିଛି କିଛି ଜିଲ୍ଲା ଓ ଉତ୍ତର କିଛି ଜିଲାରେ ହାରାହାରି ବର୍ଷା ହୋଇଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି ।

{"id":135118}

ଆଜିଠୁ ପୁଣି ବର୍ଷା ଆରମ୍ଭ ହୋଇଥିବା ବେଳେ  ଲଗାତାର ଭାବେ ତିନି ଦିନ ସାରା ରାଜ୍ୟରେ କାଚିବ । ବିଶେଷ କରି ଦକ୍ଷିଣ ଓଡିଶାର ସମସ୍ତ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଉପକୂଳ ସମେତ ଉତ୍ତର ଓଡିଶାର ବିଭିନ୍ନ ଜିଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଉତ୍ତର ଓଡିଶା ଓ ଆଭ୍ୟନ୍ତରିଣ ଓଡିଶାର କିଛି କିଛି ଜିଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର - ପଶ୍ଚିମ ବଙ୍ଗୋପସାଗର ତଥା ଗାଙ୍ଗେଟିକ ଓ୍ବେଷ୍ଟ ବେଙ୍ଗଲରେ ଏକ ଘୁର୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ଭିତରେ ଏହା ଲୋ ପ୍ରେସରର ରୂପ ନେବ । ଏହାର ପ୍ରଭାବରେ ଉପକୂଳ ଓଡିଶା ସମତେ ଦକ୍ଷିଣ ଓଡିଶାରେ ବର୍ଷା ହେବ । ଅନ୍ୟପଟେ ରାଜସ୍ଥାନରୁ ଛତିଶଗଡ, ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ରହିଛି । ଏହାର ପ୍ରଭାରେ ଉତ୍ତର ଓଡିଶା ଓ ପଶ୍ଚିମ ଓଡିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ ।

{"id":135119}

ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ୨୪ ଘଣ୍ଟା ପରେ ଆହୁରି ଦୁଇଦିନ ଏଭଳି ପାଗ ଲାଗି ରହିବ । ଯାହା ବର୍ତମାନ ଚାଷୀକୂଳଙ୍କ ପାଇଁ ଖୁସିର ଖବର ।

{"id":135120}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.